ନବରଙ୍ଗପୁର:ଡାବୁଗାଁ ବ୍ଲକର ବଡ଼ ଓଲମା ଗ୍ରାମ ରେ ନୂଆଁଖାଇ ପରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ବ୍ରହ୍ମ ଅବଧୂତ ଡମ୍ବରୁ ବାବା, ଅନାଦି ବାବା, ସୌଭାଗ୍ୟ ବାବା, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର, ଆଇନ୍ ପରାମର୍ଶଦାତା ଅରୁଣ ପ୍ରଶନ୍ନ ନାୟକ , ଯୁବ ଅକିଲ ରାଜେନ୍ଦ୍ର କିଶୋର ପ୍ରମୁଖ ଉପସ୍ଥିତ ଥିଲେ। ସଭା କୁ ଯଗଦୀଶ ଭତ୍ରା ପରିଚାଳନା କରିଥିଲେ। ଆଖପାଖ ଅଞ୍ଚଳରୁ ପ୍ରାୟ ତିନି ହଜାର ଲୋକ ଏକତ୍ରିତ ହୋଇଥିଲେ।