Tuesday, August 23, 2022
Homeଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବରେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ,ଶିକ୍ଷକ ମୃତ

ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବରେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ,ଶିକ୍ଷକ ମୃତ

ନବରଙ୍ଗପୁର :ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ରେ ସ୍କୁଲ ଛାତ୍ର ଛାତ୍ରୀ ମାନେ ଭାଗ ନେବାକୁ ଏକ ଘରୋଇ ବସ ରେ ଯାଉଥିବା ସମୟରେ ବସ ଟି ଭରସାମ୍ୟ ହରାଇଥିବାରୁ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଜଣେ ଶିକ୍ଷକ ଙ୍କ ମୃତ୍ୟୁ ଘଟିଥିବା ବେଳେ 20ଜଣ ଛାତ୍ର ଛାତ୍ରୀ ଆହତ ହୋଇ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସାଧୀନ ଅଟନ୍ତି!ଏଭଳି ଏକ ଦୁଃଖଦ ଖବର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘଟି ରେ!
ସୂଚନା ଅନୁଯାଇ :ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ରେ ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ଚାଲିଥିବା ବେଳେ ସେହି କ୍ରୀଡା ଉତ୍ସବ ରେ ଯୋଗ ଦେବାକୁ ଉମରକୋଟ ବ୍ଲକ ର ବିଭିନ୍ନ ସ୍କୁଲରୁ ଛାତ୍ର ଛାତ୍ରୀ ମାନେ ଏକ ଘରୋଇ ବସ ନଂ OD 24 -2979ରେ ଚନ୍ଦାହାଣ୍ଡି ଯାଉଥିବା ବେଳେ ଚନ୍ଦାହାଣ୍ଡି ଘାଟିରେ ବସଟି ଭରସାମ୍ୟ ହରାଇ ଓଲଟି ପଡିଥିଲା!ଯାହାଫଳରେ ବସ ରେ ବସିଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ 20ଜଣ ଆହତ ହୋଇ ଝରୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ହେଉଥିବା ବେଳେ 3ଜଣ ଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି, ଉକ୍ତ ବସରେ ଥିବା ଉମରକୋଟ ସ୍ୱାମୀ ବିବେକାନନ୍ଦ ସ୍କୁଲ ର ପି ଇ ଟି ଶିକ୍ଷକ ପ୍ରଭାସ ଜେନା ଙ୍କ ଘଟଣା ରେ ମୃତ୍ୟୁ ଘଟିଥିବା ଜଣାପଡିଛି 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!