Tuesday, August 23, 2022
Home ଚନ୍ଦନ ନଗର ର ମୁଖ୍ୟ ରାସ୍ତା ବିପଦ ସଙ୍କୁଳ ଅବସ୍ଥାରେ ରହିଛି।

ଚନ୍ଦନ ନଗର ର ମୁଖ୍ୟ ରାସ୍ତା ବିପଦ ସଙ୍କୁଳ ଅବସ୍ଥାରେ ରହିଛି।

 ବ୍ରହ୍ମପୁର ସ୍ଥାନୀୟ ଗୁଡଶେଡ ରୋଡ ସ୍ଥିତ ଚନ୍ଦନ ନଗର ଅବସ୍ଥିତ।ଚନ୍ଦନ ନଗରର ମୁଖ୍ୟ ରାସ୍ତା ଆଜକୁ ଦଶ ବର୍ଷ କିମ୍ବା ତାହା ଠାରୁ ଉର୍ଦ୍ଧ ବର୍ଷ ହେବ କଚ୍ଚା ହୋଇ ପଡ଼ି ରହିଛି।ନଗର ବାସୀ ସ୍ଥାନୀୟ ବିଧାୟକ,କର୍ପୋରେଟର ,ମେୟର ଙ୍କୁ ଦରଖାସ୍ତ ଲେଖି କି ଦେଲେ ମଧ୍ୟ କିଛି ସୁଫଳ ହୋଇପାରିନାହିଁ। ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ପାଉଛୁ କିଛି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ      ଏଠାରେ ପକ୍କା ରାସ୍ତା ହୋଇପାରୁନାହିଁ।ନିକଟସ୍ଥ ବ୍ୟାଘ୍ର ଦେବୀ ମନ୍ଦିର ଠାରୁ ଗୌଡବନ୍ଧ ସାହି ପର୍ଯ୍ୟନ୍ତ ଏହି ରାସ୍ତା କଚ୍ଚା ଅବସ୍ଥାରେ ରହିଛି।ଏବେ ଏହି ରାସ୍ତା ଖାଲ ଖମା ହୋଇ ପଥର ବାହାରି ମରଣ ଜନ୍ତା ପାଲଟିଛି।ଚନ୍ଦନ ନଗର ପ୍ରଥମ ଲାଇନ୍ ଠାରୁ ଅଷ୍ଟମ ଲାଇନ ପର୍ଯ୍ୟନ୍ତ ଅବସ୍ଥିତ।ଏଠାରେ ପ୍ରାୟ ୧୦୦୦ ରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି।ଏହି ରାସ୍ତା ଚନ୍ଦନ ନଗରର ମୁଖ୍ୟ ରାସ୍ତା ହୋଇଥିବା ଯୋଗୁଁ ଲୋକେ ଅଫିସ ,ପିଲାମାନେ ସ୍କୁଲ କୁ ଯାଉଛନ୍ତି।ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି। ମାନ୍ୟବର ମୁଖ୍ୟ ମନ୍ତ୍ରୀ ଏହି ରାସ୍ତା କୁ ଦୃଷ୍ଟି ଦେଲେ ନଗର ବାସୀ ବେଶ ଉପକୃତ ହେବେ ବୋଲି ମତ ପ୍ରକାଶ କରିଛନ୍ତି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!