କାଲିମେଳା 27.9 ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଟିଗଲ ପଞ୍ଚାୟତ ଏମ୍. ଭି. ୬୫ ଉଚ୍ଚ ବିଦ୍ୟାଳୟ ପରିସରରେ ୨ ଦିନିଆ ବ୍ଲକ ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଉଦଘାଟନ ଉତ୍ସବରେ ରମେଶ ଚନ୍ଦ୍ର ବାରୋଇ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କାଲିମେଳା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁବାସିନି ସୋଡ଼ୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ କ୍ରୀଡ଼ ପତାକା ଉତ୍ତୋଳନ କରି କ୍ରୀଡ଼ାରେ ଅଂଶ ଗ୍ରହଣ କରିଥବା କ୍ରୀଡା ବିତ ମାନଙ୍କୁ ଶୃଙ୍ଖଳା ରଖିବା ଓ କ୍ରୀଡ଼ାବିତ ମାନଙ୍କୁ ଶପଥପାଠ କରାଇ ଥିଲେ l ଏହା ପରେ କ୍ରୀଡ଼ା ଆରମ୍ଭ ହୋଇଥିଲା ୧ମ ଓ ୨ୟ ଦିନ ଖେଳ ସମାପ୍ତି ହୋଇ ଥିଲା lତେବେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଉପସ୍ଥିତ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ରମେଶ ଚନ୍ଦ୍ର ବାରୋଇ ସଭାପତି ଦାୟିତ୍ଵ ତୁଲାଇଥିଲେ , ମୁଖ୍ୟ ବକ୍ତା ଭାବେ କୋରକୁଣ୍ଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସରୋଜ କାନ୍ତ ବେହେରା ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନିମେସ ମଣ୍ଡଳ, ସ୍କୁଲ କମିଟି ସଭାପତି ସୁମନ୍ତ ରାୟ ,ପ୍ରଧାନ ଶିକ୍ଷକ ଏମ୍. ଭି. ୬୫ ଉନ୍ମିତ ଉଚ୍ଚ ବିଦ୍ୟାଳୟ ର ମାନସ ରଞ୍ଜନ ରାଉତ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ଥିଲେ l ଏହି କ୍ରୀଡା ରେ ବ୍ଲକ ର ୨୧ ପଞ୍ଚାୟତ ରୁ ୨୫ ଟି ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ l ତେବେ ବରିଷ୍ଠ ବିଭାଗ ର ୯୦ ଛାତ୍ର ଅଂଶ ଗ୍ରହଣ କରିଥବା ବେଳେ ବରିଷ୍ଠ ବାଳିକା ବିଭାଗରେ ୪୬ ଅଂଶ ଗ୍ରହଣ କରିଥିଲେ l ସେହିପରି କନିଷ୍ଠ ବିଭାଗର ଛାତ୍ର ଅଂଶ ଗ୍ରହଣ କରିଥିଲେ ୩୦ ଜଣ, କନିଷ୍ଠ ବାଳିକା ରେ ୨୦ ଜଣ l ବରିଷ୍ଠ ବିଭାଗ ରେ ଦୌଡ଼, ଉଚ୍ଚ ଡିଆ, ଲମ୍ବ ଡିଆ, ସଟ ଫୁଟ, ଡିସକୋଶ ଥ୍ରୋ, ଯୋଗ, କବାଡ଼ି, ଖୋକ, ଫୁଟବଲ୍, କ୍ରିକେଟ ଇଭେଣ୍ଟ ଥିଲା ବେଳେ କନିଷ୍ଠ ବିଭଗ ରେ ଦୌଡ଼, ଲମ୍ବ ଡିଆ, ଉଚ୍ଚ ଡିଆ, ଡିସକୋଶ ଥ୍ରୋ, ସଟ ଫୁଟ, କବାଡ଼ି, ଖୋକ ଇଭେଣ୍ଟ ଖେଳା ଯାଇଥିଲା
ଏହି କ୍ରୀଡା ସମାରୋହ କୁ ନୃସିଂହ ଚରଣ ପାଇକରାୟ, ସମ୍ପାଦକ ବ୍ଲକ କ୍ରୀଡା ଆସୋସେନ ସମେତ ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଖେଳ ଶିକ୍ଷକ ରତି କାନ୍ତ ରାଉତ, ସଞ୍ଜୟ କୁମାର ଦାସ, ରଘୁ ଦତ୍ତ ମହାପାତ୍ର, ଶ୍ରୀକାନ୍ତ ପଣ୍ଡା, ଶରତ ପଣ୍ଡା, ଅନିଲ କୁମାର ଦାସ, ବସନ୍ତ କୁମାର ସାହୁ, ସରୋଜ ପ୍ରଧାନ, ସୁରେଶ ପ୍ରଧାନ, ଶିଶିର ବିଶ୍ଵାଳ, କେଶ ପ୍ରଧାନ, ଧବଳେଶ୍ଵର ଖମାରି, ବ୍ରଜନାଥ ହେମ୍ବ୍ରମ ପ୍ରମୁଖ ଖେଳ ଶିକ୍ଷକ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ l ତେବେ ବରିଷ୍ଠ ଓ କନିଷ୍ଠ ରୁ ୧୬୦ ଜଣ ଛାତ୍ରଛାତ୍ରୀ ଜିଲ୍ଲା ସ୍ତର କୁ ମନୋନିତ ହୋଇଛନ୍ତି l ଏହା ଚଳିତ ମାସ ୨୮,୨୯ ଓ ୩୦ ତାରିଖରେ ମାଲକାନଗିରି ଜିଲ୍ଲାର ପାଙ୍ଗାମ ଅନୁସୂଚିତ ଜାତି ଜନଜାତି ଉଚ୍ଚ ବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ କ୍ରୀଡା ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି l