Tuesday, August 23, 2022
Homeଡ଼ାକ୍ତର ଓ କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଡ଼ାକ୍ତର ଓ କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଦାମନଯୋଡି,୨୬/୦୯:-ମାଥାଲପୁ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡା.ତାପସ ରଞ୍ଜନ ବେହେରା,ଡା.ଅର୍ପିକା ଅପରାଜିତା ବେହେରା ଓ ବ୍ଲକ ଡାଟା ମ୍ୟାନେଜର ରାଜେନ୍ଦ୍ର ବେହେରାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ଡାକ୍ତର ତାପସ ରଞ୍ଜନ ବେହେରା ଏଠାରେ ୩ବର୍ଷ ୪ମାସ  ଧରି କାର୍ଯ୍ୟକରି ରୋଗୀଙ୍କ ପ୍ରିୟଭାଜନ ହୋଇଥିବାବେଳେ ଏବେ ଯକ୍ଷ୍ମା ଓ ଛାତିରୋଗ ବିଷୟରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ସ୍ନାତକୋତ୍ତର ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।ସେହିପରି ଡାକ୍ତର ଅର୍ପିକା ଅପରାଜିତା ବେହେରା ଏଠାରେ ପ୍ରାୟ ଦୁଇ ବର୍ଷ କାର୍ଯ୍ୟକରି ଜଣେ ସ୍ତ୍ରୀରୋଗ ବିଶେଷଜ୍ଞ ଭାବେ ରୋଗୀଙ୍କ ପ୍ରିୟଭାଜନ ହୋଇ ପାରିଥିଲେ।ସେ ଏଠାକାର ଚାକିରୀ ଛାଡ଼ି ଅନୁଗୁଳ ନାଲକୋରେ ଯୋଗ ଦେଉଥିବା ସୂଚନା ମିଳିଛି।ବିଡିଏମ ରାଜେନ୍ଦ୍ର ବେହେରାଙ୍କର ନିଜ କର୍ମକ୍ଷେତ୍ରରେ ଦକ୍ଷତା ରହିଛି ଏବଂ ତାଙ୍କର ଜିଲ୍ଲା ମୁଖ୍ୟାଳୟକୁ ବଦଳି ହୋଇଛି।ମଙ୍ଗଳବାର ମାଥାଲପୁ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ସମସ୍ତଙ୍କୁ ଉତ୍ତରୀୟ ଓ ଉପହାର ସାମଗ୍ରୀ ପ୍ରଦାନ କରାଯାଇଥିଲା।ସହକର୍ମୀ ଡାକ୍ତର ଓ କର୍ମଚାରୀ ସେମାନଙ୍କ କାର୍ଯ୍ୟଦକ୍ଷତା,ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତାର ସ୍ମୃତି ଚାରଣ କରିଥିଲେ।ଉଭୟ ରୋଗୀସେବା ସହିତ ରୋଗୀ,ସମ୍ପର୍କୀୟ ଓ କର୍ମଚାରୀଂକ ପ୍ରତି ଉତ୍ତମ ବ୍ୟବହାର ପାଇଁ ପ୍ରଶଂସାର ପାତ୍ର ହୋଇପାରିଥିବା ମତ ପ୍ରକାଶ ପାଇଥିଲା।ବିଦାୟୀ ଚିକିତ୍ସା ଅଧିକାରୀ ଓ କର୍ମଚାରୀ ନିଜନିଜ ବକ୍ତବ୍ୟରେ କୋରାପୁଟ ବ୍ଲକରେ ସେମାନଙ୍କ କାର୍ଯ୍ୟ ଓ ରହଣି ସ୍ମୃତିମୟ ହୋଇ ରହିବ ବୋଲି ପ୍ରକାଶ କରିଥିଲେ।ମାଥାଲପୁ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ସୁମନ କୁମାର ଟପ୍ନୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ଃ. ରଶ୍ମିରଞ୍ଜନ ସାମଲ ଅତିଥି ରୂପେ ଯୋଗ ଦେଇଥିଲେ।ମାଥାଲପୁ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଏହା ଅଧୀନସ୍ଥ ବିଭିନ୍ନ ଡାକ୍ତର ଓ କର୍ମଚାରୀ ଯୋଗ ଦେଇଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!