Tuesday, August 23, 2022
Homeଦୂର୍ଗାପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ ଓ ମାଟିଉଠା

ଦୂର୍ଗାପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ ଓ ମାଟିଉଠା

ଦାମନଯୋଡି,୨୬/୦୯:- ଦାମନଯୋଡିର ସେକ୍ଟର ୧ ଓ ଭେଜାପୁଟ କମିଟି ପକ୍ଷରୁ ଆଗାମୀ ଦୂର୍ଗା ପୂଜା ପାଇଁ ପବିତ୍ର ସୁନିଆ ଓ ବାମନ ଜନ୍ମ ଅବସରରେ ମଙ୍ଗଳବାର  ଶୁଭଖୁଣ୍ଟି ସ୍ଥାପନ ଓ ମା'ଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ ନିମନ୍ତେ ମାଟି ସଂଗ୍ରହ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏଥି ନିମନ୍ତେ ସେକ୍ଟର ୧ ପୂଜା ମଣ୍ଡପ ଓ ଭେଜାପୁଟ ଶ୍ରୀ ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିରରେ ଶୁଭଖୁଣ୍ଟି ସ୍ଥାପନ ହୋଇଥିବା ବେଳେ ନିକଟସ୍ଥ ମରିଚମାଳ ନଦୀ ପଠାରୁ ପୂଜାର୍ଚ୍ଚନା ପରେ ମାଟି ସଂଗ୍ରହ କରାଯାଇଥିଲା।ନାଲକୋ ଟାଉନସିପ ସେକ୍ଟର ୧ ଓ ୨ ସାର୍ବଜନୀନ ମା'ଦୁର୍ଗା ଓ କାଳୀ ପୂଜା କମିଟି ପକ୍ଷରୁ ପୂଜକ ଅମିତ କୁମାର ସତପଥି ପୂଜାନୀତି ସମ୍ପନ୍ନ କରି ଥିବାବେଳେ ଶିଶିର ମିଶ୍ର କର୍ତ୍ତା ଦାୟିତ୍ୱ ତୁଲାଇଥିଲେ।ସଭାପତି ଅନାମ ଚରଣ ନାୟକ,କୋଷାଧ୍ୟକ୍ଷ ଶୁକଦେବ ପଟ୍ଟାୟତଙ୍କ ସହିତ ରଞ୍ଜୟ କୁମାର କାନୁନଗୋ,ଡ.ଅଶୋକ କୁମାର ମହାନ୍ତି, ସଦାଶିବ ବେହେରା,ଅରୁଣ କୁମାର ଓଝା, ବିଜୟ କୁମାର ଆଚାର୍ଯ୍ୟ ଓ ଅନୁଜ କୁମାର ଶୁକ୍ଳା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ। ସେହିପରି ଭେଜାପୁଟ କମିଟି ପକ୍ଷରୁ ପୂଜକ ମାନସ କୁମାର ଦାଶ ପୂଜାନୀତି କରିଥିବା ବେଳେ ପ୍ରଭୁଚରଣ ସାହୁ କର୍ତ୍ତା ଥିଲେ। କର୍ମକର୍ତ୍ତା ଉପେନ୍ଦ୍ର ପାଣିଗ୍ରାହୀ,ପ୍ରଭାତ କୁମାର ସାମଲ, ସୋମନାଥ ସାମନ୍ତରାୟ,ଶଶିଭୂଷଣ ପରିଡ଼ା,ଅଜୟ କୁମାର ଜେନା, ସୁରେନ୍ଦ୍ର ମଲ୍ଲ,ସୁଶାନ୍ତ ଦାସ ଓ ରଞ୍ଜନ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!