କାଲିମେଳା 26.9 ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କାଲିମେଳା ସଦରରେ ଥିବା ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଥିବା କଣ୍ଡାରେଡ୍ଡୀ ଛାତ୍ରାବାସ ପରିସରରେ ଅଭିଭାବକଙ୍କ ଅଂଶୀଦର ସହିତ ଆମେ ଜାଣିବା ଆମେ ଜିଣିବା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ସଭାପତି ଭାବେ ସହକାରୀ ଶିକ୍ଷା ଅଧିକାରୀ ଆନିମେଶ ମଣ୍ଡଲ ଦାୟିତ୍ବ ତୁଲାଇଥିବା ବେଳେ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ କାଲିମେଳା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଵାସିନୀ ସୋଡ଼ୀ, ମୁଖ୍ୟ ବକ୍ତା ବ୍ଲକ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ବାରୋଇ , ସମ୍ମାନିତ ଅତିଥି ଭାବେ କାଲିମେଳା ତହସିଲର ଅତିରିକ୍ତ ତହସିଲଦାର ନିରୋଜ ଭତ୍ରା , ଅବସରପ୍ରାପ୍ତ ଶିକ୍ଷକ ଜୟନ୍ତ କୁମାର ସାମଲ, ଆଶ୍ରମ ବିଦ୍ୟାଳୟର ଶିକ୍ଷକ ପ୍ରଦୀପ କୁମାର ପ୍ରଧାନ, ଏବଂ କଣ୍ଡାରେଡ୍ଡୀ ଛାତ୍ରାବାସ ର ତତ୍ତ୍ୱାବଧାରକ ତଥା ଶିକ୍ଷକ ଶ୍ୟାମ ସୁନ୍ଦର ଜେନା ପ୍ରମୁଖ ଉପସ୍ଥିତ ଥିଲେ l ଏହି ଛାତ୍ରବାସ ପାପୁଲୁର ପଞ୍ଚାୟତ ଓ କୁରର୍ମlନୁର ପଞ୍ଚାୟତ ର ପ୍ରାୟ ୨୫ ରୁ ଉର୍ଦ୍ଧ୍ବ ଗ୍ରାମ ରୁ କଣ୍ଡାରେଡ୍ଡୀ ଜନଜାତି ର ଛାତ୍ର ମାନେ କାଲିମେଳା ସ୍ଥିତ ଟାଉନ ହଲ ନିକଟରେ ଅସ୍ଥାୟୀ କଣ୍ଡାରେଡ୍ଡୀ ଛାତ୍ରାବାସ ରେ ରହି ୧୧୦ ରୁ ଉର୍ଦ୍ଧ ଛାତ୍ର ମାନେ ପାଠ ଅଧ୍ୟୟନ କରୁଛନ୍ତି l ଆଜିର କାର୍ଯ୍ୟକ୍ରମରେ ସେହି ପିଲାମାନଙ୍କ ପିତାମାତା କିମ୍ବା ସେମାନଙ୍କ ଅବିଭାବକ ମାନଙ୍କୁ ସଚେତନ କରାଇବା ଉଦ୍ଦେଷ୍ୟରେ ଶିକ୍ଷା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l ତେବେ ଏହି ଜନଜାତିର ପିଲା ମାନେ ଆଦିବାସୀ ମାନ୍ୟତା ପାଇଁ ନଥିଲେ ମଧ୍ୟ ଓଡିଶା ସରକାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସ୍ଵତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରି ଏହି ଛାତ୍ର ଶିକ୍ଷା ଦାନ ଦିଆଯାଉଛି ଏହି ସ୍ଵତନ୍ତ୍ର ଛାତ୍ରାବାସ ବ୍ଯବସ୍ଥା ୨୦୧୨ ମସିହା ଜୁଲାଇ ୧ ତାରିଖ ରେ ଆରମ୍ଭ କରି ଥିଲେ ପୂର୍ବତନ ଜିଲ୍ଳା ପାଳ ବଳବନ୍ତ ସିଂ l ତାହା ଆଜି ପର୍ଯ୍ୟନ୍ତ ଚାଲି ଆସିଛି l ଏହି ଛାତ୍ର ମାନେ ଛାତ୍ରବାସ ରେ ରହୁଥିଲେ ମଧ୍ୟ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ସହ ସେମାନଙ୍କୁ ସଚେତନ କରାଇବା ସହିତ ତାଙ୍କ ଅଭିଭାବକ ଙ୍କୁ ସଚେତନ କରାଇବା ସରକାର ଙ୍କ ଛାତ୍ର ମାନଙ୍କ ପାଇଁ ଛାତ୍ରାବାସ ଖର୍ଚ୍ଚ, ଛାତ୍ର ପାଇଁ ପୋଷାକ ଜୋତା ଖର୍ଚ୍ଚ, ମାଗଣା ପୁସ୍ତକ ବଣ୍ଟନ, ମଧ୍ୟାହ୍ନ ଭୋଜନ ବଣ୍ଟନ ଏବଂ ଉଚ୍ଚ ଶିକ୍ଷା ପାଇଁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବା ବ୍ୟବସ୍ତା ରହିଥିବା କୁହାଯାଇଛି l ବୈଠକରେ ସମସ୍ତ ଅଭିଭାବକ ଅବିଭାବିକା ମାନେ ଯୋଗଦାନ କରି ନିଜର ମତ ରଖିଥିଲେ l ପିଲାମାନଙ୍କ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା l