Tuesday, August 23, 2022
Homeଡାରଉଇନ୍ ମହାବିଦ୍ୟାଳୟରେ ୩୩ ୟୁନିଟ ରକ୍ତ ସଂଗ୍ରହ ........................................................

ଡାରଉଇନ୍ ମହାବିଦ୍ୟାଳୟରେ ୩୩ ୟୁନିଟ ରକ୍ତ ସଂଗ୍ରହ ........................................................

ମାଲକାନଗିରି ।ତା:୨୬/୦୯
କୁଡୁମୁଲୁଗୁମ୍ମା ସ୍ଥିତ ଡାରଉଇନ୍ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ  ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନଙ୍କ ନେତୃତ୍ବରେ ଆୟୋଜିତ ରକ୍ତଦାନ ଶିବିରର ମୁଖ୍ୟ ଅତିଥି ଭାବେ କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀ ଏସଆଇ ଅଜିତ ସିଂ ବରିହା ଓ ଏଏସଆଇ କୃଷ୍ଣ ଚନ୍ଦ୍ର ହିଆଲ୍ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ସମାଜସେବୀ  ଜ୍ଞାନଚାନ୍ଦ୍ ଜଗନ୍ନାଥ, ଆନନ୍ଦ କୁମାର ଚାର୍କୀ ଓ ଜ୍ୟୋତି ରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇ ରକ୍ତଦାନର ମହତ୍ବ ବିଷୟରେ ମତ ବିନ୍ଯାସ କରିଥିଲେ। ବିଗତ ଦିନରେ ଏହି ମହାବିଦ୍ୟାଳୟରେ ବହୁ ଥର ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା ବେଳେ  ସଂଗୃହିତ ରକ୍ତକୁ ମାଲକାନଗିରି ରକ୍ତଭଣ୍ଡାରକୁ ପ୍ରଦାନ କରାଯାଇଛି। ରକ୍ତଦାନ କ୍ଷେତ୍ରରେ ଜିଲ୍ଲାରେ ଏହି ମହାବିଦ୍ୟାଳୟର ଭୂମିକା ପ୍ରଶଂସନୀୟ ବୋଲି ଅତିଥିମାନେ ପ୍ରକାଶ କରିଥିଲେ। 
ଏଥିରେ ଡାକ୍ତର ଶ୍ରୀକିଷ୍ଣା ମଣ୍ଡଳ ଯୋଗ ଦେଇ ରକ୍ତଦାନ କରିବା ଦ୍ୱାରା ରକ୍ତଦାତାଙ୍କର ଉର୍ଜା ପ୍ରାପ୍ତ ହେବା ସହ ନୂତନ ରକ୍ତ କଣିକା ତିଆରି ହେବା, ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବା ଓ ସୁସ୍ଥ ଜୀବନଯାପନ ବିଷୟରେ କହିଥିଲେ। ଯୁବପିଢ଼ି ରକ୍ତଦାନ ବିଷୟରେ ସଚେତନ ହେବା ଦ୍ବାରା ସମାଜରେ ରକ୍ତର ଅଭାବ ରହିବ ନାହିଁ। ଲୋକେ ସ୍ବେଚ୍ଛାକୃତ ଭାବେ ଆସି ରକ୍ତଦାନ କରିପାରିବେ ବୋଲି କହିଥିଲେ। ଏଥିରେ ମହାବିଦ୍ୟାଳୟ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନେ ସ୍ବେଚ୍ଛାକୃତ ଭାବେ ଆସି ରକ୍ତଦାନ କରିଥିଲେ। ଏହି ଶିବିରରେ ମୋଟ ୩୩ ୟୁନିଟ ରକ୍ତ ସଂଗୃହିତ କରାଯାଇଥିଲା। ମାଲକାନଗିରି ରକ୍ତଭଣ୍ଡାର ଲ୍ୟାବ ଟେକ୍ନିସିଆନ୍ ସୁଜଲ କୁମାର ରାୟ, ଡିଏମଏ ଅର୍ଚ୍ଚନା ସୁଆର, ନର୍ସିଂ ଅଫିସର ଏନ. ସୁବର୍ଣ୍ଣା ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରଧାନ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ସ୍ବେଚ୍ଛାସେବୀ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!