ଗଞ୍ଜାମ ଜିଲ୍ଲା ଶେରଗଡ଼ ଗ୍ରାମର ବିଜୁ ପଟ୍ଟନାୟକ ସ୍କୁଲ ଖେଳ ପଡିଆ ଠାରେ ଦି ରେଜିଂ ଷ୍ଟାର ଏକାଡେମୀ ର ସମ୍ବଲପୁରୀ ଫ୍ଲକ୍ ଉତ୍ସବ,ଫ୍ୟାସନ ଶୋ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶେରଗଡ଼ ବ୍ଲକ ଚେୟାର ମେନ୍ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ,ଆଙ୍କର ଶ୍ରୀଯୁକ୍ତ କାହ୍ନୁ,ବିଶିଷ୍ଟ ସମାଜ ସେବୀ ବୃନ୍ଦ,ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ସୁଦୀପ କୁମାର ସାହୁ, ବିଜୁ ପଟ୍ଟନାୟକ ସ୍କୁଲ ର ପ୍ରିନ୍ସପାଲ,ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇ ଦୀପ ପ୍ରଜ୍ବଳନ କରିବା ସହିତ ସେମାନଙ୍କୁ ମଞ୍ଚ ଉପରେ ଉପଢୌକନ ସହ ଉପହାର ଦେଇ ସମ୍ମାନିତ କରାଯାଇଥିଲା ।ଏଥିରେ ବିଭିନ୍ନ ସ୍ଥାନରୁ ବହୁ ପ୍ରତିଯୋଗୀ ଅଂଶ ଗ୍ରହଣ କରି ସୋଲୋ ଡାନ୍ସ, ଗ୍ରୁପ, ଆଦି ପ୍ରଫମନ୍ସ କରିଥିଲେ। ସମ୍ମାନିତ ଅତିଥି ଭାବେ ଆନା କମେଡି ର ବଳରାମ ଆନା ଏବଂ ତାଙ୍କର ଗ୍ରୁପ ଟିମ୍ ଯୋଗ ଦେଇ ଦର୍ଶକ ମାନଙ୍କୁ ବହୁତ୍ ଉତ୍ସାହିତ କରିଥିଲେ।ପରିଶେଷରେ ଏକାଡେମୀର ଉପଦେଷ୍ଟା ଶ୍ରୀମତୀ ସସ୍ମିତା ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।