ଡାବୁଗାଁ ସଦର ମହାକୁମା ସ୍ଥିତ ରେଲିସାହିରେ ହେଉଥିବା ଗଜଲକ୍ଷ୍ମୀ ପୂଜା ପାଇଁ ମାଟି ଅନୁକୂଳ । ଏବର୍ଷ ଧୁମଧାମରେ ପାଳନ କରିବା ପାଇଁ ସ୍ଥିର କରିଛନ୍ତି ସହି ବାସିନ୍ଦା ଏବଂ ଗଜଲକ୍ଷ୍ମୀ ପୂଜା କମିଟି । ଆଜି ଡାବୁଗାଁ ସ୍ଥିତ ଅଙ୍ଗିନଦୀ ଠାରୁ ସମ୍ପୂର୍ଣ ରୀତି ନୀତିରେ ମୁଖ୍ୟପୂଜକ ଦାସ ସାର,ଘଡାଇ ସାର, ଭଗବାନ ଖୁଣ୍ଟିଆ, ମୂର୍ତ୍ତି କାରିଗର ତିରୁପତି ଜେନା ତଥା ଅନ୍ୟପୂଜକ ମାନଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନାକରି ମାଟି ଅନୁକୁଳ କରାଯାଇଛି । ଆଜି ଏହି ଅବସରରେ ପୂଜକ ମାନଙ୍କ ସହ ପୂଜାକମିଟି ସଦର୍ଶମାନେ ସୁରେନ୍ଦ୍ର ରେଲି, ପାପନା ରେଲି ,ଟିବୁ ରେଲି,ରାଜୁରେଲି, ଜଗନ୍ନାଥ ରେଲି,ମନୁ ରେଲି,ତାରିଣୀ ରେଲି ସମେତ ଅନ୍ୟ ସଦର୍ଶ ମାନେ ମଧ୍ୟ ଉପସ୍ଥିତ ଥିଲେ ତତସଙ୍ଗେ ସଙ୍ଗେ ଶତାଧିକ ଗ୍ରାମବାସି ଉପସ୍ଥିତ ଥିଲେ । ଗଜଲକ୍ଷ୍ମୀ ପୂଜା ମଣ୍ଡପ ପାଖରେ ଅନୁକୂଳ ହୋଇ ଆସିଥିବ ମଟିକୁ ସାହିର ମାଭଉଣୀ ମାନେ ପୂଜାର୍ଚ୍ଚନା କରି ମଣ୍ଡପକୁ ପଛୁଟି ନେଇଥିଲେ । ଆସନ୍ତାମାସ ଅର୍ଥାତ ଅକ୍ଟୋବର 28 ତାରିଖରେ ହେବ ମାଁ ଗଜଲକ୍ଷ୍ମୀଙ୍କ ପୂଜା