Tuesday, August 23, 2022
Homeଭୈରବ ସ୍ନାତକ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ସଂସ୍ଥାର ଜାତୀୟ କର୍ମଶାଳା ଅନୁଷ୍ଠିତ

ଭୈରବ ସ୍ନାତକ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ସଂସ୍ଥାର ଜାତୀୟ କର୍ମଶାଳା ଅନୁଷ୍ଠିତ


     ଡ଼ାବୁଗାଁ - ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଥିବା ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ସେବା ଶିବିର ତରଫରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଜାତୀୟ ସେବା ଶିବିର ର ମୁଖ୍ୟ ଶ୍ରୀ ମେକ୍ସ ନାୟକ ଯୋଗ ଦେଇଥିଲେ।ଏହି ସଭାରେ ପ୍ରଥମେ ଜାତୀୟ ସେବା ଶିବିର ର ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ସାଧାରଣ ସଭା ର ଆୟୋଜନ କରିଥିଲେ।ଏଥି ସହିତ ଏହି କର୍ମଶାଳା ରେ  ଏହି  ଜାତୀୟ ସେବା ଯୋଜନାର ଲକ୍ଷ୍ୟ ଓ  ଉର୍ଦ୍ଦେଶ୍ୟ ଉପରେ ଆଲୋଚନା କରାଯାଇଥିଲା।ଏଥିରେ ପ୍ରଥମେ ଜାତୀୟ ସେବା ଯୋଜନାର ମୁଖ୍ୟ ଶ୍ରୀ ନାୟକ କହିଲେ ସବୁବେଳେ ସାମାଜିକ ସୁରକ୍ଷା ଓ ଏଥି ପାଇଁ ଆବଶ୍ୟକ ସଚେତନତା ସୃଷ୍ଟି କରିବା ଛାତ୍ର ଛାତ୍ରୀ ଙ୍କ ମୁଖ୍ୟ ଦାୟିତ୍ଵ ଏଥି ସହିତ ସମାଜର ସମସ୍ତ ପ୍ରକାର ବ୍ୟବସ୍ଥା ଯଥା ପରିବେଶ ଓ ସାମାଜିକ ସଚେତନତା ରକ୍ଷା କରିବା ମୁଖ୍ୟ ଦାୟିତ୍ଵ ରହିବା ଦରକାର ଏହା ନିଜ ବକ୍ତବ୍ୟରେ କହିଲେ।ଏଥି ସହିତ ସମ୍ମାନିତ ଅତିଥି ଭାବେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଶଙ୍କର ଗନ୍ତାୟତ ଯୋଗ ଦେଇଥିଲେ।ଶ୍ରୀ ଗନ୍ତାୟତ କହିଲେ ସାମାଜିକ ସୁରକ୍ଷା କଥା ଯେତେବେଳେ କହିବା ଛାତ୍ର ଛାତ୍ରୀ ମାନେ ମୁଖ୍ୟ ଅଙ୍ଗ ତେଣୁ ଏହି ଜାତୀୟ ସେବା ଯୋଜନାର ମୁଖ୍ୟ ଲକ୍ଷ୍ୟ ସାମାଜିକ ସୁରକ୍ଷା ସହିତ ଏହାର ଦାୟିତ୍ଵ ତେଣୁ ଏହି ସେବା ଶିବିରର ଛାତ୍ର ଛାତ୍ରୀ ମାନେ ପରିବେଶ ସୁରକ୍ଷା ସହିତ ଏହାର ନିୟନ୍ତ୍ରଣ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ଅଟେ ବୋଲି କହିଲେ।ଏଥି ସହିତ ଭୈରବ ସ୍ନାତକ ମହାବିଦ୍ୟାଳୟ ଅର୍ଥନୀତି ଅଧ୍ୟାପକ ଶ୍ରୀ ସନ୍ୟାସୀ ସାହୁ ସଭାର ପରିଚାଳନା ଦାୟିତ୍ୱରେ ରହିଥିଲେ।ଶ୍ରୀ ସାହୁ କହିଲେ ସମାଜରେ ସାମାଜିକ ସୁରକ୍ଷା ଦାୟିତ୍ୱରେ ମୁଖ୍ୟ ଯଥା ସେବା ଓ ସଚେତନ ଏହି ଦୁଇଟି ଜାତୀୟ ସେବା ଯୋଜନାର ମୁଖ୍ୟ ଲକ୍ଷ୍ୟ ଏଥି ସହିତ ସଙ୍ଘୀୟ ବ୍ୟବସ୍ଥା,ସାମାଜିକ ସୁରକ୍ଷା ଓ ଦାୟିତ୍ଵ,ପରିବେଶ ସଫା ସୁତୁରା ରଖିବା,ବୃକ୍ଷ ରୋପଣ ଓ ପରିବେଶ ନିୟନ୍ତ୍ରଣ କରିବା ସହିତ ସାମାଜିକ ସେବା ଓ ବିକାଶ ଏହି ଦୁଇଟି ମୁଖ୍ୟ ଲକ୍ଷ୍ୟ ରହିବା ଦରକାର।ଏହି ସଭାରେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଅର୍ଥନୀତି ବିଭାଗୀୟ ମୁଖ୍ୟ ଶ୍ରୀମତୀ ଉର୍ମିଳା ବ୍ରହ୍ମା,ଇତିହାସ ବିଭାଗୀୟ ମୁଖ୍ୟ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ,ଓଡ଼ିଆ ବିଭାଗୀୟ ମୁଖ୍ୟ ଶ୍ରୀମତୀ ଚନ୍ଦନା ପଣ୍ଡା,ଓଡ଼ିଆ ଅଧ୍ୟାପିକା ମନିଷା ସରକାର,ଇତିହାସ ବିଭାଗୀୟ ଅଧ୍ୟାପକ ଦୟରାମ ମନୋହର,ପାଠ୍ୟ ପୁସ୍ତକ ଗାର ପିଅନ ପଞ୍ଚାନନ ପୂଜାରୀ ,ପିଅନ ଜୁକ୍ସାୟ ଭତ୍ରା,ବିଜୟ ମାଝୀ ଓ ରତନ ହରିଜନ ଏଥି ସହିତ କିରାଣି ବି.ସତ୍ୟନାରାୟଣ ସାଥୀ ଓ ବିଦ୍ୟାଧର ମାଝୀ ପ୍ରମୁଖ ଉପସ୍ଥିତି ଥିଲେ।ସଭା ଶେଷରେ ଓଡ଼ିଆ ବିଭାଗୀୟ ଅଧ୍ୟାପିକା ମନିଷା ସରକାର ଧନ୍ୟବାଦ୍ ଅର୍ପଣ କରିଥିଲେ।ଶେଷରେ ଛାତ୍ର ଛାତ୍ରୀ ଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!