ଶ୍ରୀ ଶ୍ରୀ ସ୍ବାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିର,ଜାମୁନୀ
ଗଂଜାମ, ଜାମୁନୀ ଗ୍ରାମରେ ଶ୍ରୀ ଶ୍ରୀ ସ୍ବାମୀ ଚିଦାନନ୍ଦ ସରସ୍ବତୀ ଶିଶୁ ମନ୍ଦିରରେ ମହାରାଜା ଚିଦାନନ୍ଦ ଙ୍କ107/ତମ ଜନ୍ମ ବାର୍ଷିକ ମହୋତ୍ସବ ପାଳନ ହୋଇଅଛି । ଶିଶୁ ମନ୍ଦିର ପ୍ରତିଷ୍ଠାତା ଶ୍ରୀ ଯୁକ୍ତ ରମାକାନ୍ତ ପାଢ଼ୀ , ପ୍ରଧାନ ଆଚାର୍ଯ୍ୟ ସିମାଞ୍ଚଳ ପାଣିଗ୍ରାହୀ ଓ ଆଚାର୍ଯ୍ୟ ଆଚାଯ୍ୟା ଏବଂ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ମହାରାଜା ଙ୍କ ପୂଜା ପାଠ ଆୟୋଜନ କରିଥିଲେ ଶ୍ରୀ ଯୁକ୍ତ ପଣ୍ଡିତ ଶ୍ରୀ କାନ୍ତ ଦାଶ ବେଦମନ୍ତ୍ର ଧୂନି ପାଠ ପଢିଥିଲେ। ଛାତ୍ର ଛାତ୍ରୀ ମାନେ ଓ ଶିଶୁ ମନ୍ଦିର ଆଚାର୍ଯ୍ୟ ଆଚାର୍ଯ୍ୟା ମହାରାଜା ଙ୍କ ପ ପ୍ରତିମୂର୍ତ୍ତି ଧରି ଗ୍ରାମ ପରିକ୍ରମା କରିଥିଲେ। ଶିଶୁ ମନ୍ଦିର ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା। ଅତି ସୁନ୍ଦର ଭାବରେ ମହୋତ୍ସବ ପାଳନ କରିଥିଲା।