ଲମତାପୁଟ/୨୫/୯/୨୦୨୩ ଲମତାପୁଟ ପୋଲିସ ଦ୍ବାରା ଗାଡ଼ି ମୋଟର ଯାଞ୍ଚଚାଲିଥିବା ବେଳେ ଲମତାପୁଟ କଲେଜ ଛକ ନିକଟରେ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଏକ ଗଞ୍ଜେଇ ଗାଡ଼ିକୁ ପୋଲିସ ଜବତ କରିଛି ଗାଡ଼ି ନମ୍ବର OD02 CC9431 ବୋଲି ଜଣାପଡିଛି। ଏହି ଗାଡ଼ି ରୁ ମୋଟ ୧୪୨ କେଜି ୨୦୦ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଅଭିଯୁକ୍ତ ମୂରଲୀ ମୋହନ ପାଉଲ(୨୬) କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ମାଛକୁଣ୍ଡ ଥାନା କେସ ନମ୍ବର ୧୨୦/୨୩ ରେ ମାମଲା ରେଜିଷ୍ଟ୍ରେସନ କରାଯାଇଛି ପୋଲିସ ସୂତ୍ରରୁ ଜଣାଯାଇଛି।