Tuesday, August 23, 2022
Homeବରିଷ୍ଠ ନାଗରିକ ମଞ୍ଚ, ବଡ଼ସାହିର ପ୍ରଥମ ବାର୍ଷିକ ସମ୍ମିଳନୀ

ବରିଷ୍ଠ ନାଗରିକ ମଞ୍ଚ, ବଡ଼ସାହିର ପ୍ରଥମ ବାର୍ଷିକ ସମ୍ମିଳନୀ

ବଡ଼ସାହି : 25/09   ବଡ଼ସାହି ବିବେକାନନ୍ଦ ବିହାରସ୍ଥିତ ବାଣୀଭବନ ଠାରେ ବଡ଼ସାହି ବରିଷ୍ଠ ନାଗରିକ ମଞ୍ଚର ପ୍ରଥମ ବାର୍ଷିକ ସମ୍ମିଳନୀ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସୁନିଲ କୁମାର ଦାଶ ଅଧ୍ଯକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ଡକ୍ଟର ଶ୍ୟାମ ସୁନ୍ଦର ଦାସ ଯୋଗଦାନ କରି  ବରିଷ୍ଠ ନାଗରିକ ମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ନିଜ ମନକୁ ଦୃଢ କରିବା ଆବଶ୍ୟକ ଯାହା ଫଳରେ ସେମାନେ ସବୁ ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିବେ ବୋଲି ମତ ବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବରେ ବଡ଼ସାହି ଗୋଷ୍ଠି ଉନ୍ନୟନ ଅଧିକାରୀ ଆକାଶ କୁମାର ପଣ୍ଡା ଓ ସମ୍ମାନିତ ଅତିଥିଭାବେ ସୁକ୍ଷମା କୁମାରୀ ପାତ୍ର, ସୁବୋଧ କୁମାର ଦାସ, ମନୋରଞ୍ଜନ ବଳା, ମାହେଶ୍ଵର ସେନାପତି, ସରୋଜ କୁମାର ବେହେରା ଆଦି ଯୋଗଦାନ କରି ବରିଷ୍ଠ ବ୍ୟକ୍ତିମାନେ ସମାଜରେ ଅବହେଳିତ ନହେବା ପାଇଁ  ଏକ ସଂଗଠନର ଆବଶ୍ୟକତା ରହିଛି ବୋଲି ମତ ବ୍ୟକ୍ତ କରିଥିଲେ । ଅନୁଷ୍ଠାନର କୋଷାଧ୍ୟକ୍ଷ ପ୍ରଦୀପ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ ରତ୍ନାକର ପାତ୍ର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ପ୍ରତାପ ଚନ୍ଦ୍ର ପାତ୍ର, ସଦାନନ୍ଦ ଦଣ୍ଡପାଟ, ପ୍ରଭାସ କୁମାର ପାତ୍ର, କମଳାକାନ୍ତ ପଲେଇ, ଯତୀନ୍ଦ୍ର ଆଚାର୍ଯ୍ୟ, ବିକାଶ କୁମାର ଦଳେଇ, ତାପସ କୁମାର ବଳା, ଶ୍ୟାମସୁନ୍ଦର ସିଂ, ପ୍ରତାପ ଚନ୍ଦ୍ର ଦାସ, ପ୍ରଦୀପ କୁମାର ପଣ୍ଡା, ରବିନ୍ଦ୍ର ନାଥ ମାଝୀ, ବେଣୁଧର ପଲେଇ, ଅରୁଣ କୁମାର ପଣ୍ଡା, ନରେନ୍ଦ୍ର ମୋହନ ମୋଦୀ, ଶଶୀଭୂଷଣ ବିଶ୍ଵାଳ ଆଦି ସମ୍ପ୍ରତିକ ସମାଜରେ ବରିଷ୍ଠ ନାଗରିକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ବରିଷ୍ଠ ବୟଜ୍ୟେଷ୍ଠ ବ୍ୟକ୍ତି ଦେବେନ୍ଦ୍ର ସାହୁଙ୍କୁ ସମ୍ମାନୀତ କରାଯାଇଥିଲା। ଏଥିରେ ଶତାଧିକ ବରିଷ୍ଠ ନାଗରିକ ଯୋଗଦାନ କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!