Tuesday, August 23, 2022
Homeଧରାକୋଟ ବ୍ଲକରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ...................................

ଧରାକୋଟ ବ୍ଲକରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ...................................

ଧରାକୋଟ,23/09/23
ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସସସ୍ତି କରଣ ବିଭାଗ ତରଫରୁ ଧରାକୋଟ ବ୍ଲକ ତରଫରୁ 520 ଜଣ ହିତାଧିକାରୀଙ୍କୁ ମଧୁ ବାବୁ ପେନସନ ଯୋଜନାରେ ଭତ୍ତା ବଣ୍ଟନ କରାଯାଇଛି । ଆଜି ବ୍ଲକ କାର୍ଯ୍ୟାଳୟ ପରିସରରେ ଏହି ଉପଲକ୍ଷେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ,ଉପାଧ୍ୟକ୍ଷ ମନୋଜ କୁମାର ସାହୁ, ବି ଡି ଓ ଡେନିସ ବେହେରା,ଅତିରିକ୍ତ ବି ଡି ଓ ସୁଶିଲ ପଟନାୟକ,ସାମାଜିକ ସୁରକ୍ଷା ଅଧିକାରୀ ସଚିନ କୁମାର ପାତ୍ର ଓ କାର୍ଯ୍ୟକ୍ରମ ସହାୟକ ବାବୁ ବେହେରା ପ୍ରମୁଖ ଙ୍କ ଉପସ୍ଥିତୀରେ 18 ଗୋଟି ପଞ୍ଚାୟତ ର ହିତାଧିକାରୀଙ୍କୁ ଏହି ଭତ୍ତା ବଣ୍ଟନ କରାଯାଇଥିଲା । ଏହି ଅବସରରେ ଆଗାମୀ ଦିନରେ ଆହୁରି ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ପ୍ରକାଶ କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଜନସାଧାରଣ ରେ ବେଶ ପ୍ରଶଂସନୀୟ ହୋଇଛି ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!