Tuesday, August 23, 2022
HomeSulg : ସୂର୍ଯ୍ୟ ଗୌଡ ହତ୍ୟା ଘଟଣାରେ 2 ଗିରଫ, 1 ବାଈକ,3 ତେଲୁଗୁ କାତି,2 ମୋବାଇଲ ଜବତ ଗତକାଲି

Sulg : ସୂର୍ଯ୍ୟ ଗୌଡ ହତ୍ୟା ଘଟଣାରେ 2 ଗିରଫ, 1 ବାଈକ,3 ତେଲୁଗୁ କାତି,2 ମୋବାଇଲ ଜବତ ଗତକାଲି

Sulg : ସୂର୍ଯ୍ୟ ଗୌଡ ହତ୍ୟା ଘଟଣାରେ 2 ଗିରଫ, 1 ବାଈକ,3 ତେଲୁଗୁ କାତି,2 ମୋବାଇଲ ଜବତ ଗତକାଲି ଶେରଗଡ ଥାନା ବନ୍ଧାଗୁଡା ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ପୁର ଗ୍ରାମର ସୂର୍ଯ୍ୟ ଗୌଡ (30) ଙ୍କୁ ଦୁର୍ବୃତ୍ତ ମାନେ ଅତର୍କିତ ଖଣ୍ଡା,ତେଲୁଗୁ କାତି ରେ ଆକ୍ରମଣ କରି ହତ୍ୟା କରିବା ପରେ ପାହାଡ ପାଦଦେଶରେ ଥିବା ଏକ କୃତ୍ରିମ ଗାଡିଆ ରେ ଫୋପାଡ଼ି ଦେଈଥିଲେ। ସୂର୍ଯ୍ୟ ଙ୍କ ମା ଝୁନୁ ଙ୍କ ଏତଲା କୁ ଆଧାର କରି ଶେରଗଡ ପୋଲିସ 479/23 ରେ ମାମଲା ରୁଜୁ କରି ଅଭିଯୁକ୍ତ ଙ୍କୁ ଧରିବା ଲାଗି ଟିମ ଗଠନ କରିଥିଲେ। ଏହି ଟିମ ସୂର୍ଯ୍ୟ ଗୌଡ ଙ୍କ ହତ୍ଯା ରେ ସଂପୃକ୍ତ 2 ଜଣ ଙ୍କୁ ଗିରଫ କରିଛି। ଉକ୍ତ 2 ଜଣ ଅଭିଯୁକ୍ତ ହେଲେ ଶେରଗଡ ଥାନା ଲକ୍ଷ୍ମୀ ନୃସିଂହ ପୁର ଗ୍ରାମର ଟୁନା ଗୌଡ ଙ୍କ ପୁଅ ପିଣ୍ଟୁ ଗୌଡ (23),ଅନ୍ୟ ଜଣଙ୍କ ହେଲେ ପାଟପୁର ଥାନା ସାତପେଣ୍ଠ ଗୋପାଳପୁର ଗ୍ରାମର ଅଳୟ ଗୌଡ ଙ୍କ ପୁଅ ବିକାଶ ଗୌଡ (20) ଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ହତ୍ଯା ରେ ବ୍ୟବହୃତ 3 ଟି ତେଲୁଗୁ କାତି,2 ଟି ମୋବାଇଲ,1 ବ୍ଲୁ ରଙ୍ଗର ପଲସର ବାଈକ ଜବତ ହୋଈଥିବା ବେଳେ ହତ୍ଯା ରେ ସଂପୃକ୍ତ ଅନ୍ୟ 3 ଜଣ ଫେରାର ଅଭିଯୁକ୍ତ ଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଶେରଗଡ ଥାନା ର ଭାରପ୍ରାପ୍ତ ଅଧିକାରୀ ସତ୍ୟଜିତ ବେଣିଆ ପ୍ରକାଶ କରିଛନ୍ତି। ଗଞ୍ଜାମ ଶେରଗଡ଼ ରୁ ଅଖିଳ କୁମାର ପଟ୍ଟନାୟକ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!