Tuesday, August 23, 2022
Homeକୋରାପୁଟ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ବ୍ୟାଡମିଣ୍ଟନ,ଟେବୁଲ ଟେନିସ ଓ ଯୋଗ ଚୟନ ପ୍ରତିଯୋଗିତା

କୋରାପୁଟ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ବ୍ୟାଡମିଣ୍ଟନ,ଟେବୁଲ ଟେନିସ ଓ ଯୋଗ ଚୟନ ପ୍ରତିଯୋଗିତା

ଦାମନଯୋଡି,୨୨/୦୯:- ନାଲକୋ ଟାଉନସିପ ସରସ୍ଵତୀ ବିଦ୍ୟାମନ୍ଦିର ଠାରେ କୋରାପୁଟ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ବ୍ୟାଡମିଣ୍ଟନ,ଟେବୁଲ ଟେନିସ ଓ ଯୋଗ ଚୟନ ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାର ସମସ୍ତ ୧୪ବ୍ଲକରୁ ୧୭୦ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିଥିଲେ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଅର୍ପିତା ପ୍ରଧାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭୀମ ବେହେରାଙ୍କ ତତ୍ତ୍ଵାବଧାନରେ  ବିଦ୍ୟାମନ୍ଦିର ଅଧକ୍ଷ ଡ଼.ଶୁଭ୍ରାଂଶୁ ଶେଖର ବାହିନୀପତିଙ୍କ ନେତୃତ୍ୱରେ  ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।କ୍ରୀଡା ଶିକ୍ଷକ ଡ଼.ରମେଶ ଚନ୍ଦ୍ର ସ୍ୱାଇଁ ମଞ୍ଚ ସଂଯୋଜନା କରିଥିବା ବେଳେ ବ୍ଲକ ଟେକ୍ନିକାଲ ଆସିଷ୍ଟାଣ୍ଟ ଅନୀଲ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ।ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଭାସିନୀ ଲିମା,ନବଘନ ରାଉତ,ଡ଼.ନିରୋଦ କୁମାର ପ୍ରଧାନ,ସୁଲୋଚନା ପଣ୍ଡା, ନବକିଶୋର ପଣ୍ଡା,ଗୁପ୍ତେଶ୍ୱର ସାହୁ,ହରି ହନ୍ତାଳ,ଦୁର୍ଗାମାଧବ ବେହେରା ଓ ରତ୍ନାକର ବେହେରା ପ୍ରମୁଖ କ୍ରୀଡ଼ା ପରିଚାଳନା କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!