Tuesday, August 23, 2022
Homeମାଲିକକୁ ମେଡିକାଲ ରେ ଜଗିଲା କୁକୁର

ମାଲିକକୁ ମେଡିକାଲ ରେ ଜଗିଲା କୁକୁର

 ନବରଙ୍ଗପୁର:- ଡାବୁଗାଁ ମେଡିକାଲରେ ଏକ ସୁନ୍ଦର ଦୃଶ୍ୟ ଦେଖିବକୁ ମିଳିଛି।କଥାଟା ଅଜବ ଲାଗୁଥିଲେ ବି ଏହା ସତ।ଆଜିକାର ଦିନରେ  ମଣିଷ ପାଖରେ ନିଜ ଲୋକଙ୍କ ପାଇଁ ସମୟ ନାହିଁ କିନ୍ତୁ ପଶୁ ପକ୍ଷୀ ପାଖେ ଅଛି ମନାବିକତା। ମାଲିକଙ୍କ ଦେହ ଖରାପ ହେବାରୁ ତାଙ୍କୁ ତାଙ୍କ ପରିବାର ସଦର୍ଶ ମାନେ ଗାଡ଼ିରେ ଡାବୁଗାଁ ମେଡିକାଲ କୁ ଆଣିଥିଲେ ଏବଂ ତାଙ୍କ ସହ ଧାଇଁ ଧାଇଁ ମେଡିକାଲ ଆସିଥିଲ ତାଙ୍କ ପୋଷା କୁକୁର।ଖାଲି ସେତିକି ନୁହଁ ଯେ ପର୍ଯ୍ୟନ୍ତ ମାଲିକଙ୍କ ଚିକିତ୍ସ ଚାଲିଥିଲା ସେତେ ସମୟ ପର୍ଯ୍ୟନ୍ତ ନଖାଇ ମଳିକାକୁ ଜଗିଥିଲେ ମେଡ଼ିକାଲରେ ।ଘରଲୋକ ଏବଂ ମେଡିକାଲ କର୍ମଚାରୀ ତାକୁ ଘଉଡାଇବାକୁ ଚେଷ୍ଟା କଲେ ବି ସେ ପୁଣି ଆସୁଥିଲା। ଶେଷରେ ମଳିକର ଦେହ ଭଲ ହେବା ଜାଣିବାପରେ ପରିବାର ସଦର୍ଶଙ୍କ ସହ ଘରକୁ ଫେରିଥିଲା ପୋଷା କୁକୁର।କେବଳ ଘର ଜଗିବା କାମ ନୁହେଁ, ବିଭିନ୍ନ ଶାରୀରିକ ସମସ୍ୟା ବି ଦୂର କରିଥାଏ କୁକୁର।ପ୍ରତିକୂଳ ପରିସ୍ଥିତି କିମ୍ବା ସଙ୍କଟ ସମୟରେ କୁକୁର ମାନେ ନିଜ ମାଲିକଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇବାକୁ ପଛାନ୍ତି ନାହିଁ। ମଣିଷର ସବୁଠୁ ବିଶ୍ୱସ୍ତ ପ୍ରାଣୀ ହେଉଛି କୁକୁର । କେଉଁ ଆଦିମ ଯୁଗରୁ ମଣିଷର ପାଖେ ପାଖେ ଏହି କୁକୁର ରହି ଆସିଛି । କିଏ ଘର ଜଗିବା ପାଇଁ କୁକୁର ରଖିଥାଏ ତ ଆଉ କିଏ ସୌଖୀନରେ କୁକୁର ପାଳନ କରିଥାଏ । ହେଲେ ଏବେ ଗବେଷଣାରୁ ଏକ ନୂଆ ତଥ୍ୟ ଆବିଷ୍କାର ହୋଇଛି ଯେ, କୁକୁର ପାଳନ ଦ୍ୱାରା ଔଷଧୀୟ ଉପକାର ମିଳେ । ଶରୀରରେ ଯନ୍ତ୍ରଣା ହେଉଥିଲେ, ମାତ୍ର ୧୦ ମିନିଟ ପାଇଁ କୁକୁର ସହିତ ବନ୍ଧୁତା କଲେ ବହୁ ପରିମାଣରେ ଯନ୍ତ୍ରଣା କମିଥାଏ 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!