ଗଞ୍ଜାମ,ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ୩ୟ ଓ ୪ର୍ଥ କର୍ମଚାରୀ ବୃନ୍ଦ ମାନଙ୍କ ଅନୁଦାନ ପରିସରଭୁକ୍ତ କରିବା ଦାବିକୁ ନେଇ ଗଣ ଧାରଣା ଦେଇଛନ୍ତି।ଏଥିରେ ୪୮ ଜଣ ୪୮ ଜଣ ଶିକ୍ଷକ ଏବଂ ଅଣ ଶିକ୍ଷକ କର୍ମଚାରୀ ବୃନ୍ଦ ଗତ ୨୦୦୦ ମସିହା ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ଦୀର୍ଘ ୨୨ବର୍ଷ ଉର୍ଦ୍ଧ ଧରି ଭିନ୍ନ ଭିନ୍ନ ପଦବୀରେ ମହାବିଦ୍ୟାଳୟ ପ୍ରଦତ୍ତ କାର୍ଯ୍ୟ ସମ୍ପାଦନ କରିଆସୁଅଛୁ। ଏତଦ୍ ବ୍ୟତୀତ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ କାର୍ଯ୍ୟ ତଥା ନିର୍ବାଚନ,ସାମାଜିକ ସଚେତନତା କାର୍ଯ୍ୟ ଆଦି ସୁଚାରୁରୂପେ ସମ୍ପାଦନା କରିଆସୁଅଛୁ। କିନ୍ତୁ ଓଡ଼ିଶା ସରକାରଙ୍କ ବିଭିନ୍ନ ଅନୁଦାନ ନିୟମ ୨୦୦୪,୨୦୦୯,୨୦୧୪,G.O.ଅନୁଯାୟୀ ଆମ ମହାବିଦ୍ୟାଳୟକୁ ଆମର କୌଣସି ପଦବୀ ସରକାରୀ ମଞ୍ଜୁର ହୋଇପାରୁନାହିଁ।ଆମେ ପରିଚାଳନା କମିଟି ପ୍ରଦତ୍ତ ସ୍ୱଳ୍ପ ବେତନରେ କାର୍ଯ୍ୟକାରୀ ଆସୁଅଛୁ।ତାହା ପରିବାର ଭରଣ ପୋଷଣ ନିମନ୍ତେ ନିଅଣ୍ଟ ହେଉଅଛି।ମହାବିଦ୍ୟାଳୟର ସମସ୍ତ ସରକାରୀ ଅନୁମୋଦିତ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ଖାଲିପଡ଼ିଛି।ଅସ୍ଥାୟୀ କର୍ମଚାରୀ ମାନଙ୍କ ମଧ୍ୟରୁ ଅଧିକାଂଶ ଅବସର ସମୟ ପାଖାପାଖି ପହଞ୍ଚିଲାଣି।ଇତି ମଧ୍ୟରେ ସରକାରୀ ଅନୁଦାନରୁ ବଞ୍ଚିତ ଜଣେ କର୍ମଚାରୀ ଶ୍ରୀ ଜଗନ୍ନାଥ ପଣ୍ଡିତ ଦୟନୀୟ ଅବସ୍ଥାରେ ଚିକିତ୍ସା ଅଭାବରୁ ଇହଧାମ ତ୍ୟାଗ କଲେ।ଆମର ଦାବି ଗୁଡ଼ିକ ପୂରଣ ନହେଲେ ଆମେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରିବୁ ବୋଲି ମତ ପ୍ରକାଶ କରିଛନ୍ତି।