ବ୍ରହ୍ମପୁର, ୱାର୍ଡ ନମ୍ବର୬ ଶ୍ରୀରାମ ନଗର ଠାରେ ଗଣେଶ ଚତୁର୍ଥୀ ଉପଲକ୍ଷେ ଗଣେଶ ପୂଜା ମହା ଆଡମ୍ବର ସହ ପାଳିତ ହୋଇଯାଇଛି। ଏଥିରେ ଭାରତୀୟ ଜନତା ପାର୍ଟିର ମେୟର ପାର୍ଥିନୀ ଶ୍ରୀମତୀ ସବିତା ସୁଆର ପାଣିଗ୍ରାହୀ, ଉତ୍ତମ ପାଣିଗ୍ରାହୀ କର୍ତ୍ତା ଭାବରେ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ୱାର୍ଡ ନମ୍ୱର୍ ୬ ର କର୍ପୋରେଟର ଶ୍ରୀଯୁକ୍ତ ଜାକି ଭାଇ ଙ୍କ ସହ ବହୁ ବିଜେପି କର୍ମୀ ଏବଂ ସାହି ବାସିନ୍ଦା ଉପସ୍ଥିତ ରହିଥିଲେ। ହୋମ,ପୁଷ୍ପାଞ୍ଜଳି,ଓ ଆଳତୀ ରେ ପରିବେଶ ଅତ୍ୟନ୍ତ ପବିତ୍ର ହୋଇ ଉଠିଥିଲା।ସନ୍ଧ୍ୟା ରେ ଆଳତୀ ସମୟରେ ୧୦୦୮ ଦ୍ଵୀପ ପ୍ରଜ୍ବଳନ କରାଯାଇଛି। ଶେଷରେ ସମସ୍ତ ବିଜେପି କର୍ମୀ ଏବଂ ସାହି ବାସିନ୍ଦା ମାନେ ଗଣେଶଙ୍କ ବନ୍ଦନା ଗାଇ ଆରାଧନା କରିଥିଲେ।