ଧରାକୋଟ,21/9/23
ଧରାକୋଟ ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁସଗୁମା ରେ ଅଗ୍ନିଶମ ଅଧିକାରୀ ଚିତ୍ତରଞ୍ଜନ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମକଡ୍ରିଲ ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜେ ନିଜର ସୁରକ୍ଷା କିପରି କରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ବିଶେଷକରି ଅଗ୍ନି ନିରାପତ୍ତା,ଗ୍ୟାସ ନିଆଁ କୁ ଆୟତ୍ତ କରିବା,ସାର୍ଟ ସର୍କିଟ ର ମୁକାବିଲା,ଦୁର୍ଘଟଣା ସ୍ଥଳରୁ ଲୋକ ମାନଙ୍କୁ ଉଦ୍ଧାର,ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଛାତ ଉପରେ ଓ ତଳେ ଫସି ରହିଥିବା ଲୋକଙ୍କୁ କିପରି ଉଦ୍ଧାର କରାଯାଇ ପାରିବ ସେ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ବିଶେଷ କରି ମଧ୍ୟାହ୍ନ ଭୋଜନ ପାଚିକା , ସହାୟିକା ଙ୍କ ସମେତ ଛାତ୍ରୀ ନିବାସ ଅଧୀକ୍ଷକ ଅପରାଜିତା ମହାରଣା ଓ ମଧ୍ୟାହ୍ନ ଭୋଜନ ଅଧିକାରୀ ସୁନୀତା ସାହୁ ଙ୍କୁ ସ୍ଵତନ୍ତ୍ର ସୁରକ୍ଷା କୌଶଳ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।ବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦୋରା,ଶିକ୍ଷକ ଜଗଦୀଶ ମୁନି, ଅଜୟ ଛାଟୋଇ,ଦୀପକ ପରିଡ଼ା ,ଜିତେନ୍ଦ୍ର ସ୍ୱାଇଁ ଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ।