ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜିଲା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳରେ ବୁଧବାର ନୂଆଖାଇ ପର୍ବ ପାଳିତ ହୋଇଯାଇଛି | ଏଥିରେ ବିଦ୍ୟାଳୟର ଛାତ୍ରୀ ମାନେ ବିଭିନ୍ନ ପ୍ରକାର ପିଠାପଣା ତିଆରି କରିଥିଲେ | ସନ୍ଧ୍ୟାରେ ଛାତ୍ରୀ ମାନେ ନାଚଗୀତ କରି ଆନନ୍ଦ ମନରେ ନୂଆଖାଇ ପାଳନ କରିଥିଲେ | ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ କର୍ମଚାରୀ ମାନେ ସାମିଲ ହୋଇ ପର୍ବ ପାଳନ କରିଥିଲେ | ପ୍ରଧାନ ଶିକ୍ଷୟତ୍ରୀ ଆରତୀ ବିଶୋୟୀ ନୂଆଖାଇ ପର୍ବ ପାଳନ ପାଇଁ ସମସ୍ତ ପ୍ରକାର ସାମଗ୍ରୀ ଯୋଗାଇବା ସହ ଛାତ୍ରୀମାନଙ୍କ ପାଇଁ ସମସ୍ତ ଆୟୋଜନ କରିଥିଲେ | ବିଦ୍ୟାଳୟର କୌଣସି ଛାତ୍ରୀ ନୂଆଖାଇ ପର୍ବରେ ନିଜ ଘର କୁ ଯାଇନାହାଁନ୍ତି | ସମସ୍ତ ଛାତ୍ରୀ ମାନେ ବିଦ୍ୟାଳୟରେ ରହି ମିଳିମିଶି ନୂଆଖାଇ ପର୍ବ ହର୍ଷଉଲ୍ଲାସ ସହ ପାଳନ କରିଥିଲେ