Tuesday, August 23, 2022
Homeଗର୍ଭବତୀକୁ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାନାନ୍ତର ପରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଗର୍ଭବତୀର ମୃତ୍ୟୁ

ଗର୍ଭବତୀକୁ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାନାନ୍ତର ପରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଗର୍ଭବତୀର ମୃତ୍ୟୁ

ନବରଙ୍ଗପୁର:-ଆଜି ଜଣେ ଗର୍ଭବତୀଙ୍କୁ ଡାବୁଗାଁ ଡାକ୍ତରଖାନାକୁ ନେବା କିଛି  ସମୟ ପରେ ଗର୍ଭବତୀଙ୍କ ମୃତ୍ୟୁ ଘଟିଛି |ଏଭଳି ଏକ ଦୁଖଦଃ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ପାଲିଆ ପଂଚାୟତ ଅନ୍ତର୍ଗତ ବାସୁଦେବଗୁଡା ଗ୍ରାମରେ |ମିଳିଥିବା ସୂଚନା ପ୍ରକାରେ ବାସୁଦେବଗୁଡା ଗ୍ରାମର ନୀଳ କମର୍ଲା (23)ଙ୍କ ସ୍ତ୍ରୀ ଗୋମତୀ କମର୍ଲା (20) ପ୍ରଥମଥର ପାଇଁ ଗର୍ଭବତୀ ହଇଥିଲେ |ସବୁ କିଛି ଠିକଠାକ ଚାଲିଥିଲା |ପ୍ରସବ ଯନ୍ତ୍ରଣା ହେବାରୁ ସ୍ୱାମୀ ନୀଳ କମର୍ଲା ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ |ଆମ୍ବୁଲାନ୍ସ ଆସିବାରେ ବିଳମ୍ବ କରିବାରୁ ଆମ୍ବୁଲାନ୍ସକୁ ଅପେକ୍ଷା ନକରି ଏକ ବୋଲେରୋ ଭଡାକରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇକି ଯାଇଥିଲେ | ଡାକ୍ତରଖାନାରେ ପହଂଚିବାର କିଛି ସମୟ ପରେ ଗୋମତୀଙ୍କ ମୃତ୍ୟୁ ହୋଇଥୁବା ସୂଚନା ମିଳିଛି |

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!