ମଇଦଲପୁର ଥାନା ବାବାଜୀଗୁଡା
ଜଙ୍ଗଲରୁ ଉଦ୍ଧାର ହୋଇଛି। ଶବଟି ମାଟି ତଳେ ପୋତା ହୋଇଥିବା ଅବସ୍ଥାରେ ମିଳିଛି। ମୃତକ ଜଣକ ଝରିଗାଁ ଥାନା ଛଟାଗୁଡା ଗାଁର ରାଜା ମାଲାକାର(୨୩)। ରାଜାଙ୍କ ନିଖୋଜ ମାମଲାକୁ ଭିତ୍ତିକରି ପୁଲିସ ୨ଜଣ ଯୁବକଙ୍କୁ କାବୁ କରିବା ପରେ ଘଟଣା ସମ୍ପର୍କରେ ଜଣାପଡିଥିଲା । ଗତ ରବିବାର ଦିନ ରାଜା
ଘରୁ ବାହାରି ଆଉ ଫେରି ନଥିଲେ ପରିବାର ଲୋକେ ତାଙ୍କ ମୋବାଇଲ୍କୁ ଫୋନ କରିଥିଲେ ହେଁ ଲାଗି ନଥିଲା।ଶେଷରେ ପରିବାର ଲୋକେ ଗତ ଝରିଗାଁ ଥାନାରେ ଏକ ନିଖୋଜ ମାମଲା ଦାୟର କରିଥିଲେ। ପରେ ପୁଲିସର ଖୋଳତାଡ ଆରମ୍ଭ ହୋଇଥିଲା। ନିଖୋଜ ରାଜାଙ୍କ ମୋବାଇଲ ନମ୍ବରକୁ କରି ପୁଲିସ ୨ଜଣ ଯୁବକଙ୍କୁ କାବୁ କରିଥିଲା । ଏମାନଙ୍କୁ ପଚରାଉଚରା ପରେ ରାଜାଙ୍କ ବିଷୟରେ ସୁରାକ ମିଳିଥିଲା। ସୂଚନାକୁ ଆଧାର କରି ପୋଲିସ ଅଧୀନ ବାବାଜୀଗୁଡା ଖୋଜାଖୋଜି ଆରମ୍ଭ ମାଟିରେ ପୋତା ହୋଇଥିବା ଅବସ୍ଥାରେ ଶବଟିକୁ ଉଦ୍ଧାର କଲା । ଏହି ସମୟରେ ରାଜାଙ୍କ ପରିବାର ଲୋକେ ଉପସ୍ଥିତ ଥିଲେ। ପୁଲିସ କାବୁ କରିଥିବା ଦୁଇ ଯୁବକଙ୍କ କହିବା ଅନୁସାରେ, ରାଜାଙ୍କ ସହ ଏମାନେ କୋଡିଗାଁ ଥାନା ଅଞ୍ଚଳରେ ଏକ ଚୋରି କରିବାକୁ ଯାଇଥିଲେ । ତେବେ ବିଦ୍ୟୁତ ଆଘାତରେ ରାଜାଙ୍କର ମୃତ୍ୟୁ ହେବାରୁ ଶବକୁ ଜଙ୍ଗଲରେ ଫୋପାଡି ଦେଇ ଆସିଥିବା ଦୁଇ ଯୁବକ ପୁଲିସ ଆଗରେ କହିଛନ୍ତି।ପୁଲିସ ରାଜାଙ୍କ ମୃତଦେହ ଉଦ୍ଧାର କରି ଜିଲ୍ଲା ଡାକ୍ତରଖାନାକୁ ପଠାଇଛି। ରାଜାଙ୍କର କିପରି ମୃତ୍ୟୁ ହେଲା, କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, ଶବ ଜଙ୍ଗଲ ମଧ୍ୟକୁ କିପରି ଆସିଲା ସେ ନେଇ ପୁଲିସ ତଦନ୍ତ ଜୋର୍ କରିଛି। ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି।