Tuesday, August 23, 2022
Homeସରକାରୀ ଯୋଜନା କୁ ଲୋକାଭିମୁଖୀ କରିବା ପାଇଁ ବି ଜେ ଡି ର ଡିଜିଟାଲ ତାଲିମ ...................................

ସରକାରୀ ଯୋଜନା କୁ ଲୋକାଭିମୁଖୀ କରିବା ପାଇଁ ବି ଜେ ଡି ର ଡିଜିଟାଲ ତାଲିମ ...................................

 ଧରାକୋଟ , 21 / 09/2023 ରାଜ୍ଯ ସରକାର ରାଜ୍ୟବାସୀଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଏହି ସବୁ ଲୋକପ୍ରିୟ ଯୋଜନା ଗୁଡ଼ିକର ସଫଳ ରୂପାୟନ ସହ ଏହାର ସୁଫଳ ଯେପରି ସାଧାରଣ ଜନତା ଙ୍କ ନିକଟରେ ପହଞ୍ଚିବ ସେଥିପାଇଁ ବିଜୁ ଜନତା ଦଳ ତରଫରୁ ସକ୍ରିୟ ସଦସ୍ୟ ମାନଙ୍କୁ  ଡିଜିଟାଲ ତାଲିମ ଶଙ୍ଖ ଭବନ ଠାରେ ଦିଆଯାଇଛି । ସଂପ୍ରତି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ଧରାକୋଟ ବ୍ଲକ ର 18 ଗୋଟି ଓ ସାନଖେମୁଣ୍ଡି ବ୍ଲକର 26  ଗୋଟି ପଞ୍ଚାୟତ ର ଦୁଇ ଶହ ଜଣ ସକ୍ରିୟ ସଦସ୍ୟଙ୍କୁ ନେଇ ଟ୍ରେନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।.ନୁଆଁ ଟେକ୍ନୋଲୋଜି ମାଧ୍ୟମରେ ସୋସିଆଲ ମିଡ଼ିଆ ବ୍ୟବହାର କରି ପ୍ରଶିକ୍ଷଣ ଦେବା ସହ ତଥ୍ୟ ଭିତ୍ତିକ ଉତ୍ତର ଜରିଆରେ ବିରୋଧୀ ଙ୍କ ଅପପ୍ରଚାର କୁ ରୋକିବା ସହ ଉପଯୁକ୍ତ ଜବାବ ଦେବା ପାଇଁ କର୍ମୀ ଙ୍କୁ ତାଲିମ ଦିଆଯାଇଛି । ଘରେ ଘରେ ଶଙ୍ଖ ଓ ପଦଯାତ୍ରା କାର୍ଯ୍ୟକ୍ରମ ସମ୍ପର୍କ ରେ ତାଲିମ ଶିବିର ସଦସ୍ୟ ମାନଙ୍କୁ  ଅବଗତ କରାଯାଇଥିଲା । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଓଡ଼ିଶାର ହୋଇଥିବା ବିକାଶ କାର୍ଯ୍ୟ ସମ୍ପର୍କ ରେ କାର୍ଯ୍ୟକର୍ତ୍ତା ମାନେ ଜନ ସାଧାରଣ ଙ୍କୁ ଅବଗତ କରାଇବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ତାଲିମ କାର୍ଯ୍ୟକ୍ରମ ରେ  ସାନଖେମୁଣ୍ଡି ର  ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଓ ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ରହିଥିବା ବେଳେ ସାନଖେମୁଣ୍ଡି ବ୍ଲକ ର ଡିଜିଟାଲ ସେକ୍ରେଟାରୀ ଅମିତ ସାହୁ, ଧରାକୋଟ ବ୍ଲକ ର ଡିଜିଟାଲ ସେକ୍ରେଟାରୀ ସନାତନ ପଣ୍ଡା ଉପସ୍ଥିତ ରହିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!