Tuesday, August 23, 2022
Homeବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ .................................

ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ .................................

ଧରାକୋଟ,21/9/23
ଧରାକୋଟ ସ୍ଥିତ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ମିନି ଷ୍ଟାଡିୟମରେ ଚାଲିଥିବା ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ବ୍ଲକ କ୍ରୀଡ଼ା ସଂଘ ର ସଭାପତି ତଥା ବି ଇ ଓ ଲିଙ୍ଗରାଜ ସ୍ବାଇଁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ  ଆସିକା ବି ଇ ଓ ମୁନି ରାଣୀ ମହାନ୍ତି ଏବଂ  ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ବି ଡି ଓ ସୁଶୀଲ ପଟନାୟକ,ଏ ବି ଇ ଓ ପ୍ରଦୀପ କୁମାର ହୋତା, ପ୍ରଦୀପ କୁମାର ଶତପଥୀ ଓ ଉମା ଚରଣ ପାଣିଗ୍ରାହୀ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ, ପ୍ରଧାନ ଶିକ୍ଷକ ବାବୁଲା ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ବ୍ଲକ ସ୍ତରର କୋଡିଏ ଗୋଟି ଉଚ୍ଚ ବିଦ୍ୟାଳୟର 400 ଜଣ ଛାତ୍ର ଛାତ୍ରୀ ଏଥିରେ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରେ କବାଡି, ଖୋ ଖୋ , ଫୁଟବଲ, କ୍ରିକେଟ,ଦୌଡ କୁଦ ଓ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବ୍ଲକ ସ୍ତରରୁ ଜୋନ ସ୍ତରୀୟ  ଖେଳରେ ଭାଗ ନେବାପାଇଁ 70 ଜଣ ଛାତ୍ର ଛାତ୍ରୀ ମନୋନୀତ ହୋଇଥିଲେ। କୋଡିଏ ଜଣ କ୍ରୀଡ଼ା ଶିକ୍ଷକ ଏଥିରେ ସହଯୋଗ ପ୍ରଦାନ କରିଥିବା ବେଳେ ବ୍ଲକ କ୍ରୀଡ଼ା ସଂଘ ସମ୍ପାଦକ ପାଣ୍ଡବ ସ୍ୱାଇଁ ଏହାକୁ ପରିଚାଳନା କରିଥିଲେ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!