Tuesday, August 23, 2022
Homeବିଦ୍ୟାଳୟ ତାଲା ଖୋଲିବାକୁ ଦେଲେନି ଲୋକେ ଫେରିଲେ ଶିକ୍ଷକ

ବିଦ୍ୟାଳୟ ତାଲା ଖୋଲିବାକୁ ଦେଲେନି ଲୋକେ ଫେରିଲେ ଶିକ୍ଷକ

ଧରାକୋଟ,21/9/23
ଧରାକୋଟ ବ୍ଲକ ମିଳିତ ଶିକ୍ଷକ ସଂଘ ତରଫରୁ ବ୍ଲକର ସମସ୍ତ ଶିକ୍ଷକ ସମୂହ ଛୁଟିରେ ରହି ଥିବାରୁ ସମସ୍ତ ବିଦ୍ୟାଳୟରେ ଗତ 13 ତାରିଖ ଠାରୁ ତାଲା ଝୁଲୁଛି। ଶିକ୍ଷକ ମାନେ ବି ଇ ଓ କାର୍ଯ୍ୟଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବରେ ଧାରଣାରେ ବସିଥିବା ବେଳେ ପିଲାମାନେ ବାହାରେ ବୁଲୁଛନ୍ତି । ଏହା ମଧ୍ୟରେ ଶିକ୍ଷା ବିଭାଗ ତରଫରୁ ଅନ୍ୟାନ୍ୟ ବିଦ୍ୟାଳୟରୁ ଶିକ୍ଷକ ମାନଙ୍କୁ ଡେପୁଟେଶନ ରେ ଆଣି ବିଦ୍ୟାଳୟ ଖୋଲିବା ସହ ମଧ୍ୟାହ୍ନ ଭୋଜନ ଯୋଜନା ଚାଲୁ ରଖିବା ପାଇଁ ଅଙ୍ଗନୱାଡ଼ି ଓ ସ୍ୱୟଂ ସହାୟକ ଗୋଷ୍ଠୀ କୁ ନିୟୋଜିତ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ହେଲେ ଧରାକୋଟ ବ୍ଲକର ନନ୍ଦିଗୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଜି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।  ବ୍ଲକର ଗମ୍ଭାରି ଗୁଡା ବିଦ୍ୟାଳୟ ର ଶିକ୍ଷକ ଶିବରାମ ପୋଲେଇ ଙ୍କୁ ଡେପୁଟେଶନ ରେ ନନ୍ଦିଗୋର ବିଦ୍ୟାଳୟ କୁ ପଠାଯିବା ପରେ ସେ ଆଜି ଏଠାରେ ପହଞ୍ଚି ତାଲା ଖୋଲିବା ପାଇଁ ଉଦ୍ୟମ କରିବା ବେଳେ ପରିଚାଳନା କମିଟି ସଭାପତି,ସଦସ୍ୟ ଓ ଗ୍ରାମ ବାସିମାନେ ଏହାର ମିଳିତ ଭାବରେ ବିରୋଧ କରିଥିଲେ । ପରିଚାଳନା କମିଟି ସଦସ୍ୟ ବଳରାମ ସେଠୀ,ବିଶ୍ବମ୍ବର ବେହେରା,ସତ୍ୟନାରାୟଣ ପତି, ସୁଶାନ୍ତ ଗୌଡ଼,ବଳରାମ ବେହେରା ଙ୍କ ସମେତ ଗାଁ ଲୋକେ ତାଲା ଖୋଲିବାକୁ ଦେଇ ନଥିଲେ ।ଏ ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କାହ୍ନୁ ଚରଣ କରଙ୍କ ସହ ଯୋଗାଯୋଗ ବେଳେ ଆମ ବିଦ୍ୟାଳୟରେ ତିନି ସହ ପିଲାଙ୍କୁ ଆଠ ଜଣ ଶିକ୍ଷକ ପାଠ ପଢ଼ାଉ ଛନ୍ତି । ଜଣେ ଶିକ୍ଷକ କିପରି ପିଲାଙ୍କ କଥା ବୁଝିବେ । ଅଯଥା ଯଦି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ସେଥିପାଇଁ କିଏ ଦାୟୀ ରହିବ । ଏଣୁ ପିଲାଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଯାଉଥିବାରୁ ସରକାର ଶିକ୍ଷକ ମାନଙ୍କ ଦାବୀ ପୂରଣ କରି ତୁରନ୍ତ ବିଦ୍ୟାଳୟ ଖୋଲିବା ପାଇଁ ଘୋଷଣା କରନ୍ତୁ । ବିଦ୍ୟାଳୟର ସ୍ଥିତାବସ୍ଥା ସମ୍ପର୍କରେ ଆମେ ବି ଇ ଓ ଙ୍କୁ ଲିଖିତ ଭାବରେ ଜଣାଇ ଦେଇଛୁ। ଘଟଣା ସମ୍ପର୍କରେ ବି ଇ ଓ ଲିଙ୍ଗରାଜ ସ୍ବାଇଁ ଙ୍କ ସହ ଯୋଗାଯୋଗ ବେଳେ ଗାଁ ଲୋକେ ଲିଖିତ ଭାବରେ ମତେ ଜଣାଇଛନ୍ତି,ଯଦି ସେମାନେ ଚାହୁନାହାନ୍ତି ତାହେଲେ ସଂପୃକ୍ତ ଶିକ୍ଷକ ତାଙ୍କ ନିଜ ସ୍ଥାନକୁ ଫେରିଯିବେ ବୋଲି ପ୍ରକାଶ କରିଛନ୍ତି। ସଂପ୍ରତି ବିଦ୍ୟାଳୟ ଗୁଡିକରେ ତାଲା ଝୁଲୁଥିବା ଯୋଗୁଁ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଖା ଦେଲାଣି। ଏଣୁ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସମାଧାନ ର ପେନ୍ଥା ବାହାର କରିବା ପାଇଁ ଦାବୀ ହେଉଛି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!