Tuesday, August 23, 2022
Homeଧରାକୋଟ ତାଲୁକା ବିଶ୍ଵକର୍ମା ସମାଜର କର୍ମକର୍ତ୍ତା ନିର୍ବାଚନ

ଧରାକୋଟ ତାଲୁକା ବିଶ୍ଵକର୍ମା ସମାଜର କର୍ମକର୍ତ୍ତା ନିର୍ବାଚନ

ଧରାକୋଟ,21/9/23 ଧରାକୋଟ ତାଲୁକା ବିଶ୍ଵକର୍ମା ସମାଜର ନୂତନ କର୍ମକର୍ତ୍ତା ନିର୍ବାଚନ ମୁଣ୍ଡମରାଇ ନିକଟସ୍ଥ ହୀରାଖଣ୍ଡି ଠାରେ ଥିବା ବିଶ୍ଵକର୍ମା ମନ୍ଦିର ପୀଠରେ ଅନୁଷ୍ଠିତ ହୋଇଯାଇଛି। ରାଜଶ୍ରୀ ଦୟାନିଧି ମହାରଣା ଓ ସଭାପତି ତାରିଣୀ ଚରଣ ମହାରଣାଙ୍କ ତତ୍ତ୍ଵାବଧାନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ବଢେଇ କୂଳ ସମାଜର ପ୍ରାୟ 500 ଭାଇ ଯୋଗଦେଇଥିଲେ। ଏଥିରେ ସଭାପତି ଭାବରେ ତାରିଣୀ ଚରଣ ମହାରଣା,ସମ୍ପାଦକ ଭାବରେ ହାଡୁ ବନ୍ଧୁ ମହାରଣା, ଉପସଭାପତି ଭାବରେ ବାବୁଲା ମହାରଣା ,ସହ ସମ୍ପାଦକ ଭାବରେ ଉମା ଚରଣ ମହାରଣା,ସୁବାସ ଚନ୍ଦ୍ର ମହାରଣା ଓ କୋଷାଧ୍ୟକ୍ଷ ଭାବରେ ଡାକ୍ତର ମହାରଣା ନିର୍ବାଚିତ ହୋଇଥିଲେ। ଯାଞ୍ଚ କମିଟି ସଭ୍ୟ ଭାବରେ ପ୍ରଫୁଲ୍ଲ ମହାରଣା ଓ ଟୁନା ମହାରଣା ମନୋନୀତ ହୋଇଥିଲେ। ରାଜଶ୍ରୀ ଦୟାନିଧି ମହାରଣା ନୂତନ କମିଟି ସଦସ୍ୟ ମାନଙ୍କୁ ଶପଥ ପାଠ କରାଇଥିଲେ। ଏହି ଅବସରରେ ପୁରାତନ କମିଟି ସଦସ୍ୟ ମାନଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ଧନ୍ୟବାଦ ଅର୍ପଣ କରାଯାଇଥିବା ବେଳେ ନୂତନ କର୍ମକର୍ତ୍ତା ମାନଙ୍କୁ ସ୍ଵାଗତ କରାଯାଇଥିଲା । ବରିଷ୍ଠ ସଭ୍ୟ ସୁଧାଂଶୁ ମହାରଣା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!