Tuesday, August 23, 2022
Homeଧରାକୋଟ ଅଞ୍ଚଳରେ ଗଣେଶ ପୂଜା ପାଳନ

ଧରାକୋଟ ଅଞ୍ଚଳରେ ଗଣେଶ ପୂଜା ପାଳନ

ଧରାକୋଟ,21/9/23
ଧରାକୋଟ ଓ ଏହାର ଆଖ ପାଖ ଅଂଚଳରେ ଅଗ୍ରପୂଜ୍ୟ ବିଦ୍ୟାଦାତା ଗଣେଶ ଙ୍କ ପୂଜା ମହା ସମାରୋହର ସହ ପାଳନ ହୋଇଯାଇଛି । ପ୍ରାରମ୍ଭରୁ କଳସ ସ୍ଥାପନ,ମଣ୍ଡଳ ପୂଜା ସହ ଷୋଡଶ ଉପଚାରରେ ପ୍ରଭୁଙ୍କୁ ପୂଜା ପରେ ଭୋଗଲାଗି କରାଯାଇଥିଲା । ଧରାକୋଟ ଗଡର ବଡ଼ଦାଣ୍ଡ ସାହି,ବଜାର ସାହି,ମେଡିକାଲ ରୋଡ, ମଝିସାହି,କୋଠରୀ ସାହି, ମୁଣ୍ଡମରାଇ ର ବଜାର ସାହି,ଡେରା ସାହି,ଗୌଡ଼ ସାହି,ଭଣ୍ଡାରି ବସା,ଅନନ୍ତ ନାରାୟଣ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ,ସୋମନାଥ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ,ସରସ୍ଵତୀ ଶିଶୁ ମନ୍ଦିର ମୁଣ୍ଡମରାଇ,ଶିଶୁ ମନ୍ଦିର ଧରାକୋଟ, ଦଶମାଇଲି, ବାହାରପୁର,ଓଡ଼ିଶା ଆଦର୍ଶ ବିଦ୍ୟାଳୟ  , ଚାରିଛକ, ବରଡାବିଲି ପ୍ରଭୃତି ଗ୍ରାମରେ ଆକର୍ଷଣୀୟ ସାଜସଜା ର ସହ ମେଢ଼ ପ୍ରସ୍ତୁତ କରାଯାଇଥିଲା । ଚାରିଛକ ସ୍ଥିତ ବୀଣାପାଣି ଟ୍ୟୁଟ ରିଅଲ ତରଫରୁ ପୂଜା ପାଇଁ ସ୍ବତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ବିକାଶ ଜେନା , ଲିଜା ଗୌଡ଼,ଲିପ୍ସା ମୁନି ଓ ସୋନାଲି ସ୍ୱାଇଁ ପ୍ରମୁଖ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ନୃତ୍ୟ,ଗୀତ,ଅଭିନୟ ପ୍ରଦର୍ଶନ କରିଥିଲେ । ଚାରିଛକ ବଣିକ ସଂଘ ତରଫରୁ ଆୟୋଜିତ ସ୍ଵତନ୍ତ୍ର ପୂଜା ପାଳନ ଅବସରରେ ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଯୋଗ ଦେଇଥିଲେ। ସ୍ୱପ୍ନେସ୍ଵର ପୀଠର ଗଣେଶ ଓ ରାଜବାଟି ପରିସରରେ ଥିବା ପଞ୍ଚମୁଖୀ ଗଣେଶ ଙ୍କ ନିକଟରେ ସ୍ଵତନ୍ତ୍ର ପୂଜା ଅର୍ଚ୍ଚନା ରୀତି ନୀତି ଅନୁଯାୟୀ ପାଳନ ହୋଇଥିଲା ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!