ମାଲକାନଗିରି।ତା:21/09
କାଲିମେଳା ବ୍ଲକ ମାଲାଭରମ୍ ପଞ୍ଚାୟତ ଅନ୍ତର୍ଗତ ଦୁବେନଗୁଡା ଗୁଡା ଗ୍ରାମ ନିକଟସ୍ଥ ଏକ କୃଷି ଜମିରୁ ପ୍ରାଚୀନ ପ୍ରସ୍ଥରର ଗଣେଶ ମୂର୍ତ୍ତି ଉଦ୍ଧାର ହୋଇଛି।ଗତ କାଲି ଗଣେଶ ଚତୁର୍ଥୀ ହେତୁ ସ୍ଥାନୀୟ ଲୋକମାନଙ୍କ ସହଯୋଗ ଉଦ୍ଧାର କରାଯାଇ ପୂଜାର୍ଚ୍ଚନା କରାଯାଇଛି।
ସୂଚନାଯୋଗ୍ୟ ଯେ ଦୁବେନଗୁଡା ଏକ କୋୟା ଜନଜାତି ସଂପ୍ରଦାୟର ଲୋକମାନେ ବସବାସ କରନ୍ତି। ଗାଁ ର ଅନତି ଦୂରରେ ଭୀମା ମୁଚେ (୬୦) ଙ୍କ ଚାଷ ଜମି ରହିଛି। ଏହି ଜମିରେ ପ୍ରାଚୀନ ରାଜ ବଂଶଙ୍କ ଦ୍ବାରା ସ୍ଥାପିତ କରାଯିବା ବିଭିନ୍ନ
ଦିଅଁ ଦେବତା ମୂର୍ତ୍ତି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ତନ୍ମଧ୍ୟରୁ ଜମି ଉପରେ ପରିତ୍ୟକ୍ତ ଅବସ୍ଥାରେ ଜମିରେ ଅର୍ଦ୍ଧେକ ଅଂଶ ପୋତି ହୋଇଥିବା ଗଣେଶ ମୂର୍ତ୍ତି ଅନ୍ୟତମ। ଗତ କାଲି ଗଣେଶ ଚତୁର୍ଥୀ ହେତୁ ଜମି ଉପରେ ପୋତି ହୋଇ ଥିବା ଭୀମା ମୁଚେ ଗାଁ ଲୋକଙ୍କ ସହଯୋଗରେ ଖନନ କରିବା ସହ ପୂଜା ଅର୍ଚ୍ଚନା କରିଥିଲେ।ସେହି ଜମିରେ ଆଉ କିଛି ପ୍ରାଚୀନ ମୂର୍ତ୍ତି ରହିଥିବା ଜଣାପଡିଛି।
ଗାଁ ନିକଟରେ ରାମ ବନ୍ଧ ରହିଛି। ସେଠାରେ ଶ୍ରୀରାମଙ୍କ ପାଦୁକା ରହିଛି। କଥିତ ଅଛି ଏହି ବନ୍ଧରେ ବନବାସ ସମୟରେ ଶ୍ରୀରାମ ସ୍ନାନ କରିଥିଲେ।ଏଣୁ ବନ୍ଧର ନାମ ଶ୍ରୀରାମ ରହିଛି। ଏହି ରାମ ପାଦ ମଧ୍ୟ କିଛି ବର୍ଷ ତଳେ ଜଣେ ଆଦିବାସୀ ଚାଷୀଙ୍କ ଜମିରୁ ଉଦ୍ଧାର କରାଯାଇଥିଲା। ତତ୍କାଳୀନ ରାଜ ବଂଶଧରମାନେ ମାଲକାନଗିରି ଅଞ୍ଚଳକୁ ବିଭିନ୍ନ ସମୟରେ ରାଜତ୍ଵ କରୁଥିଲା ବେଳେ ବୌଦ୍ଧ,ଶୈବ,ଶାକ୍ତ ଏବଂ ବିଷ୍ଣ ଧର୍ମ ରେ ଦିକ୍ଷୀତ ହୋଇ ନିଜର ଦିଅଁ ଦେବତାଙ୍କୁ ସ୍ଥାପନ କରିଥିଲେ।ରାଜ ରାଜୁଡା ଶାସନ ବିଲୁପ୍ତ ଘଟିଲା ପରେ ସେମାନଙ୍କ ଦ୍ବାରା ସ୍ଥାପିତ ସ୍ଥାପତ୍ଯ ଧୀରେ ଧୀରେ ଅବକ୍ଷୟ ଆଡ଼କୁ ଗତି କଲା । ଏବଂ ପ୍ରାଚୀନ ମୂର୍ତ୍ତି ଗୁଡିକ ମାଟି ତଳେ କାଳକ୍ରମେ ପୋତି ହେବାକୁ ଲାଗିଲା। ବର୍ତ୍ତମାନ ମଧ୍ୟ ମୋଟୁ ଜଙ୍ଗଲରେ ସେ ସମୟର ପ୍ରାଚୀନ ପ୍ରସ୍ଥରର ମୂର୍ତ୍ତି ଗୁଡିକ ଖୋଲା ଆକାଶ ତଳେ ପଡି ରହିଛି। ପ୍ରତ୍ନତତ୍ତ୍ଵ ବିଭାଗ ଦ୍ଵାରା ଗବେଷଣାର ଅଭାବ ଯୋଗୁଁ ପ୍ରାଚୀନ ଐତିହ୍ୟର ସଠିକ ନିର୍ଣ୍ଣୟ ହୋଇପାରୁ ନାହିଁ।ସେ ସମୟ ପ୍ରାଚୀନ ସଭ୍ୟତା ଉପରେ ଗବେଷଣା କରାଗଲେ ବହୁ ଲୁକ୍କାୟିତ ରହସ୍ୟ ଉନ୍ମୋଚିତ ହୋଇପାରନ୍ତା।