Tuesday, August 23, 2022
Homeଯୋଗୀମାରି ରେ ଗଣେଷ ପୂଜା ପାଳିତ

ଯୋଗୀମାରି ରେ ଗଣେଷ ପୂଜା ପାଳିତ

ଭଞ୍ଜନଗର ସହର ସମେତ ଏହାର ଆଖପାଖ ଅଞ୍ଚଳରେ ସିଦ୍ଧି ପ୍ରଦାୟକ ଶ୍ରୀ ଶ୍ରୀ ଶ୍ରୀ ଗଜାନନଙ୍କ ପୂଜନୋତ୍ସବ ଯଥା ରୀତିନୀତି ଅନୁସାରେ ପାଳିତ ହୋଇ ଯାଇଛି l ଏହି ଅବସରରେ ସ୍ଥାନୀୟ ଯୋଗୀମାରି ଗ୍ରାମ ଠାରେ ଅଗ୍ରପୂଜ୍ୟ ଗଜାନନ ଙ୍କ ପୂଜା ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ରୀତିନୀତି ଅନୁଯାୟୀ ସକାଳ ସମୟରେ ପୂଜା ଅନୁଷ୍ଠିତ ହୋଇଥିଲା। ପୁରୋହିତ ପ୍ରମୋଦ କୁମାର ଷଡଙ୍ଗୀ ପୂଜା କାଯ୍ୟ ସମ୍ପାଦନା କରିଥିବା ବେଳେ ଏଥିରେ କର୍ତ୍ତା ରୂପେ ଲିଙ୍ଗରାଜ ନାୟକ ଓ ତାଙ୍କ ଧର୍ମପତ୍ନୀ ଦାୟିତ୍ୱ ତୁଲାଇ ଥିଲେ। ପରେ ବିଘ୍ନ ବିନାୟକଙ୍କ ନିକଟରେ ପୁଷ୍ପାଞ୍ଜଳୀ ଅର୍ପଣ କରାଯାଇଥିଲା। ସୁସଜ୍ଜିତ ମେଢ ସାଙ୍ଗକୁ ରଙ୍ଗୀନ୍ ଆଲୋକ ମାଳାରେ ପୂଜା ମଣ୍ଡପ ଶୋଭା ପାଉଥିବା ବେଳେ ଏଥିରେ ସୁନୀଲ ପ୍ରଧାନ,ଭୋଳାନାଥ ନାୟକ,ନିଲୁ ବିଷୋୟୀ, ରତ୍ନା ସେଠୀ, ପ୍ରଦୀପ ନାୟକ, ଅଶୋକ ବିଷୋୟୀ, ପପୁନ ବିଷୋୟୀ,ବସନ୍ତ ସେଠୀ, ଶଙ୍କର ବିଷୋୟୀ, ସନ୍ତୋଷ ଗୌଡ଼,ମିଟୁ ସେଠି,କାହ୍ନା ନାୟକ,ମନୋଜ ନାୟକ,ପପୁନ ପ୍ରଧାନ,ରବି ଗୌଡ଼,ସ୍ବପନେଶ୍ୱର ବେହେରା,ଚିତ୍ତ ରଞ୍ଜନ ପ୍ରଧାନ ସମେତ ଗ୍ରାମର ବହୁ ଯୁବକ ସହଯୋଗ କରିଥିଲେ। ଅଗ୍ରପୂଜ୍ୟ ଗଜାନନ ଙ୍କ ମୂର୍ଣ୍ଣୟୀ ମୂର୍ତ୍ତି ଟିକୁ ତିଳିସିଙ୍ଗି ଗ୍ରାମର ପିଣ୍ଟୁ ପ୍ରଧାନ ଓ ଭଞ୍ଜ ପ୍ରଧାନ ଅତି ସୁନ୍ଦର ଭାବେ ନିର୍ମାଣ କରିଛନ୍ତି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!