ଗଞ୍ଜାମ ଜିଲ୍ଲା ଶେରଗଡ଼ ଶ୍ରୀରାମ ନଗର ସାହିରେ ଅଭାବନୀୟ ଘଟଣା ଘଟିଛି । ମା ଓ ୨ ଶିଶୁ ପୁତ୍ରଙ୍କ ମୃତ୍ୟୁ ହୋଇଛି ।ମୃତକ ମା ଜଣଙ୍କ ଶେରଗଡ଼ ମହାତ୍ମାଗାନ୍ଧୀ ହାଇସ୍କୁଲ୍ ର ଶିକ୍ଷୟିତ୍ରୀ ସାବିତ୍ରୀ ବେହେରା ଵୋଲି ଜଣାପଡିଥିବା ବେଳେ ତାଙ୍କର ଦୁଇ ଯାଆଁଳା ପୁତ୍ର ସିବେଶ ଓ ରିତେଶ ବୋଲି ସୂଚନା ମିଳିଛି । ଏହା ସହିତ ମୃତ ଶିକ୍ଷୟିତ୍ରୀଙ୍କ ଶାଶୁ ଉର୍ମିଳା ମଧ୍ୟ ବିଷାକ୍ତ ଖାଦ୍ୟ ଖାଇ ଗୁରୁତର ଭାବେ ବ୍ରହ୍ମପୁର mkcg ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି l ଗତକାଲି ରାତିରେ ମୃତ ଶିକ୍ଷୟିତ୍ରୀ ଙ୍କ ସ୍ବାମୀ ପ୍ରଶାନ୍ତ ଡାକୁଆ ସହପରିବାର ଖାଇ,ପିଇ ଶୋଇଥିଲେ l ତେବେ ରାତିରେ ଜଣଙ୍କ ପରେ ଜଣଙ୍କ ବାନ୍ତି କରି ଅସୁସ୍ଥ ଅନୁଭବ କରିଥିଲେ l ଘରେ ଥିବା ମେଡିସିନି ଖାଇ ରାତି ବିତାଇଥିବା ବେଳେ ସକାଳୁ ସ୍ଵାମୀ ପ୍ରଶାନ୍ତ ଡାକୁଆ ଅସୁସ୍ଥ ଅନୁଭବ କରି ଶେରଗଡ଼ ମେଡିକାଲ ରେ ଶିକ୍ଷୟତ୍ରୀ ପତ୍ନୀ ଏବଂ ଦୁଇ ପୁଅକୁ ମଧ୍ୟ ମେଡିକାଲ ରେ ଭର୍ତି କରିଥିଲେ l ସେଠାରେ ପହଞ୍ଚିବା ପୂର୍ବରୁ ସେମାନଙ୍କ ମୃତ୍ୟୁ ହୋଇଥିଲା । ଶେରଗଡ଼ ମେଡିକାଲ କାର୍ଯ୍ୟରତ ଡାକ୍ତର ଦୁଇ ପୁଅ ଓ ଶିକ୍ଷୟିତ୍ରୀ ସ୍ତ୍ରୀଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ପ୍ରଶାନ୍ତଙ୍କ ମାଆକୁ ମଧ୍ୟ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରିଥିଲେ ।। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶେରଗଡ଼ ପୋଲିସ ଘଟଣାର ତଦନ୍ତ କରୁଛି।
ଏହି ଘଟଣାରେ ଶାଶୁ ଙ୍କ ଅବସ୍ଥା ଭଲ ନଥିବାରୁ ଗୁରୁତର ଅବସ୍ଥା ରେ ବ୍ରହ୍ମପୁର ଏମ,କେ,ସିଜି ସ୍ଥାନାନ୍ତର, କରାଯାଇଥିବା ବେଳେ ସ୍ବାମୀ ଶେରଗଡ଼ ମେଡିକାଲ୍ ରେ ଚିକିତ୍ସିତ ହେଉଛନ୍ତି।
1-ବାଇଟ- ପ୍ରଶାନ୍ତ କୁମାର ଡାକୁଆ( ମୃତ ଶିକ୍ଷୟତ୍ରୀ ଙ୍କ ସ୍ୱାମି )
2- ବାଇଟ-କାଁହୁ ଚରଣ ଦାସ,ଡାକ୍ତର,ଶେରଗଡ଼
Vo-2 - ଖବର ପ୍ରଚାର ପରେ ଶେରଗଡ଼ ମହାତ୍ମା ଗାନ୍ଧୀ ହାଇସ୍କୁଲ ରେ ଶିକ୍ଷକ,ଶିକ୍ଷୟତ୍ରୀ ଛାତ୍ର, ଛାତ୍ରୀ ମାନେ ଶୋକ ପ୍ରକାଶ କରିଛନ୍ତି l ଏପରି ଘଟଣା କେମେତି ହେଲା ବିବିନ୍ନ ପ୍ରଶ୍ନ ବାଚୀ ସୃଷ୍ଟି ହେଉଥିବା ବେଳେ ଘଟଣା ଆସିକା ଏସଡିପିଓ ପହଂଚି ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଥୁବା ବେଳେ ବ୍ୟବଛେଦ ରିପୋର୍ଟ ଆସିବା ପରେ ହିଁ ମୃତର କାରଣ ସ୍ପଷ୍ଟ ହେବl
3-Byte -ସାରଥୀ ଆଚାରୀ (ପ୍ରଧାନ ଶିକ୍ଷକ, ମହାତ୍ମା ଗାନ୍ଧୀ ହାଇସ୍କୁଲ )
ପରିସରରୁ )