ସୋମବାର 3 ଟା ଗଂଜାମ ଜିଲ୍ଲା ସୋରଡା ଥାନା ଭାଗବାନପୁର ଗ୍ରାମରେ ଗତ14/09/23 ରେ ଘଟିଥିବା ନବବିବାହିତ ସ୍ତ୍ରୀ କୁ ନୃଶଂସ ସ୍ୱାମୀ ନାରାୟଣ ମୁଳି ଅତି ନିର୍ମମ ଭାବେ ସ୍ତ୍ରୀ କୁ ବେଲ୍ଟ ଯୋଗେ ତଣ୍ଟି ଚିପି ହତ୍ୟା କରି ମୃତସ୍ତ୍ରୀ ବୁଲି ମୁଳି କୁ କାନ୍ଧ ରେ ବୋହି ନେଇଥିଲା ଗ୍ରାମ ନିକତସ୍ତ ଋଷିକୂଲ୍ୟା ନଦୀ ର ହୁଲୁହୁଲା ଗଣ୍ଡ ନିକଟକୁ l ସେଠାରେ ମୃତ ସ୍ତ୍ରୀ ର ଶରୀର କୁ କଟୁରି ରେ ଛଅ ଖଣ୍ଡ କରି ଗୋଟି ଗୋଟି କରି ନଦୀରେ ଭସାଇ ଥିଲା । ଦୀର୍ଘ 4 ଦିନ ଧରି ପୋଲିସ ମୃତକ ଙ୍କ କଟାଯାଇଥିବା ଅଙ୍ଗ ପ୍ରତଙ୍ଗ କୁ ଋଷିକୂଲ୍ୟା ନଦୀ ର ବିଭିନ୍ନ ସ୍ଥାନ ରେ ଖୋଜୁଥିବା ବେଳେ ଆଜି ପାଲକlଟୁ ନିକଟରେ ଋଷିକୂଲ୍ୟା ନଦୀ ରେ ଗ୍ରାମବାସୀ ଏକ ବୁଦା ରେ ଏକ କଟା ଅଙ୍ଗ କୁ ଦେଖି ପୋଲିସ କୁ ଖବର ଦେଇଥିଲେ l ଘଟଣା ସ୍ଥଳରେ ପୋଲିସ ପହଂଚି କଟା ଅଙ୍ଗ କୁ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଛି l ଗତ ତିନି ମାସ ତଳେ ଅଭିଯୁକ୍ତ ନାରାୟଣ ଙ୍କ ସହ ମୃତ ବୁଲି ଙ୍କ ବୈଦିକ ରୀତି ରେ ସୋରଡା ଶିବ ମନ୍ଦିରରେ ଉଭୟ ପରିବାର ର ଉପସ୍ଥିତି ରେ ବିବାହ ହୋଇଥିଲା । ପରେ ଉଭୟେ ବେଶ ହସ ଖୁସି ରେ ଚଳି ଆସୁଥିଲେ l ଗତ କିଛି ଦିନ ହେବ ଉଭୟେ ନିଜ ଗ୍ରାମ ଭଗବାନପୁର କୁ ଆସିଥିଲେ l କିଛି ଟଙ୍କା ପାଇଁ ସ୍ତ୍ରୀ ପିନ୍ଦିଥିବା ଏକ ସୁନା ଚେନ କୁ ଅଭିଯୁକ୍ତ ସ୍ୱାମୀ ନାରାୟଣ ବନ୍ଧା ପକାଇ ଟଙ୍କା ଧାର ଆଣିବା ପାଇଁ ମାଗିବା ପରେ ସ୍ତ୍ରୀ ନ ଦେବା ରୁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ନେଇ ଘଟଣା ପୋଲିସ ର ତଦନ୍ତ ରୁ ଜଣାପଡୁଛି।