Tuesday, August 23, 2022
Homeଦାମନଯୋଡିରେ ଭାରତୀୟ ମଜଦୂର ସଂଘ ପକ୍ଷରୁ ରାଷ୍ଟ୍ରୀୟ ଶ୍ରମିକ ଦିବସ

ଦାମନଯୋଡିରେ ଭାରତୀୟ ମଜଦୂର ସଂଘ ପକ୍ଷରୁ ରାଷ୍ଟ୍ରୀୟ ଶ୍ରମିକ ଦିବସ

ଦାମନଯୋଡି,୧୮/୦୯:- ପବିତ୍ର ବିଶ୍ଵକର୍ମା ଜୟନ୍ତୀରେ ଭାରତୀୟ ମଜଦୂର ସଂଘ (ବିଏମଏସ) ପକ୍ଷରୁ ରାଷ୍ଟ୍ରୀୟ ଶ୍ରମିକ ଦିବସ ରବିବାର ସନ୍ଧ୍ୟାରେ ନାଲକୋ ମଜଦୂର ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।ନାଲକୋର ସ୍ୱତନ୍ତ୍ର ନିର୍ଦ୍ଦେଶକ ତଥା ଭାରତୀୟ ଜନତା ପାର୍ଟିର ସର୍ବ ଭାରତୀୟ ପ୍ରବକ୍ତା ଡ଼ଃ ସତରୂପା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଭାରତ ମାତାଙ୍କ ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନିଜ ବକ୍ତବ୍ୟରେ ଡ଼ଃ ସତରୂପା ରାଷ୍ଟ୍ରୀୟ ଶ୍ରମିକ ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ଶ୍ରମିକ ମାନଙ୍କ ବକେୟା ପିଆରପି ତୁରନ୍ତ ପ୍ରଦାନର ପ୍ରତିଶୃତି ଦେଇ ଠିକା ଶ୍ରମିକଙ୍କ ପାଇଁ ଅବସର ସୁବିଧା,ସ୍ଥାୟୀ ନିଯୁକ୍ତି ତଥା ନାଲକୋକୁ ମହାରତ୍ନ କମ୍ପାନୀ ପାଇଁ ପ୍ରୟାସ ଦେବେ ବୋଲି ଡ଼ଃ ସତରୂପା କହିଥିଲେ।କାର୍ଯ୍ୟକ୍ରମରେ ନାଲକୋ କାର୍ଯ୍ଯ ନିର୍ବାହୀ ନିର୍ଦ୍ଦେଶକ ସୁଶିଲ କୁମାର ପାଢୀ ସମ୍ମାନିତ ଅତିଥି ରୂପେ ଉଦବୋଧନ ଦେଇ ବିଏମଏସର କାର୍ଯ୍ୟଧାରା ଓ ଶ୍ରମିକଙ୍କୁ ସମ୍ମାନ ପ୍ରଦାନ ଭଳି କାର୍ଯ୍ୟର ପ୍ରଶଂସା କରିଥିଲେ।ବିଏମଏସ ର କ୍ଷେତ୍ରୀୟ ସଂଗଠକ ଗିରିଶ ଚନ୍ଦ୍ର ମହନ୍ତ ଏଥିରେ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ। ନିଜ ବକ୍ତବ୍ୟରେ ଶ୍ରୀ ମହନ୍ତ ଶ୍ରମିକ ମାନଙ୍କୁ ରାଷ୍ଟ୍ରୀୟ ବିଚାରଧାରା ଓ ରାଷ୍ଟ୍ର ହିତରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ନାଲକୋ ମଜଦୂର ସଂଘ ସଭାପତି ଆଲୋକ ଚୌଧୁରୀ ସ୍ବାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ମୁନୀ ଏଥିରେ ଅତିଥି ପରିଚୟ କରିଥିଲେ। ସାଧାରଣ ସମ୍ପାଦକ ଆଲୋକ ରଥଙ୍କ ମଞ୍ଚ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁବାସ ଓଝା ଧନ୍ୟବାଦ ଅର୍ପଣ କରିଥିଲେ।

ରାଷ୍ଟ୍ରୀୟ ଶ୍ରମିକ ଦିବସ ଅବସରରେ ଆଖପାଖ ୪ଟି ସ୍କୁଲ ଯଥା ଟାଉନସିପ ଦିଲ୍ଲୀ ପବ୍ଲିକ ସ୍କୁଲ,ସରସ୍ୱତୀ ବିଦ୍ୟା ମନ୍ଦିର,ଭେଜାପୁଟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଓ ମାଥାଲପୁଟ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ଦଶମ ଟପ୍ପରଙ୍କୁ ଦତ୍ତୋପନ୍ତ ଠେଙ୍ଗଡି ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ନାଲକୋ କର୍ମଚାରୀ ଅଶୋକ ସାହୁ (ପ୍ଲାଣ୍ଟ) ଓ ଟି. ଆନିମନ (ମାଇନ୍ସ)ଙ୍କୁ ଧର୍ମପଦ ସମ୍ମାନ, ଡ଼ଃ ପି କେ ପାଟ୍ଟଯୋଶୀଙ୍କୁ ଅଟଳ ସମ୍ମାନ,ଡ଼ଃ ନରେଶ ଚନ୍ଦ୍ର ସାହୁଙ୍କୁ ରକ୍ତମିତ୍ର ସମ୍ମାନ ଓ ଆଇ.ସି.ରେବାମାଙ୍କୁ ମା'ମାଣିକ ସମ୍ମାନ ପ୍ରଦାନ କରାଯାଇଥିଲା।
ବିଏମଏସ ଅନୁବନ୍ଧିତ ନାଲକୋ ମଜଦୁର ସଂଘ, ନାଲକୋ ମାଇନ୍ସ ମଜଦୂର ସଂଘ, ନାଲକୋ ଠିକାଦାର କର୍ମଚାରୀ ସଂଘ ଓ ନାଲକୋ ମାଇନ୍ସ ଠିକାଦାର କର୍ମଚାରୀ ସଂଘ ପକ୍ଷରୁ ମିଳିତ ଭାବରେ ଏହାର ଆୟୋଜନ କରାଯାଇଥିଲା। ଆୟୋଜକଙ୍କ ପକ୍ଷରୁ ନୀଳକୃଷ୍ଣ ରଥ,ଶ୍ରୀକାନ୍ତ ପାଣିଗ୍ରାହୀ,ଶୁଭ୍ରଜିତ ଜେନା,ଅନାମ ଚରଣ ନାୟକ,ମହେଶ୍ବର ନନ୍ଦ,ଏଚ.ଏନ. ଗିରି ,ଈଶ୍ୱର ଚନ୍ଦ୍ର ପାତ୍ର,ସଦାନନ୍ଦ ଦାସ,ଆଲୋକ ଖରା,ଧର୍ମାନନ୍ଦ ସତପଥି,ପ୍ରେମବ୍ରତ ରାଉତ,ଯମୁନା ଭୋଇ,ଦେବକୀ ସାହୁ, ଶ୍ୟାମ ଗୌଡ଼,ପ୍ରଶାନ୍ତ ପାଢ଼ୀ,ଉଦୟଦାସ କୁଳଦୀପ,ମନୋଜ ବେହେରା,ଦୀନେଶ ଶୁକ୍ଳା,ପ୍ରେମବ୍ରତ ରାଉତ,ଶମ୍ଭୁନାଥ ପାତ୍ର,ରଶ୍ମିରଞ୍ଜନ ପଣ୍ଡା,ସନ୍ଦୀପ ପଢ଼ିଆରି, ଅଶୋକ ଦଳେଇ,ପି ରାଜେନ୍ଦ୍ର କୁମାର,ସୂର୍ଯ୍ୟ ମହାନ୍ତି,କର୍ଣ୍ଣ ହିଆଲ,ଚୈତନ୍ୟ ଗୌଡ଼ ଓ ସନ୍ତୋଷ ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ। 


Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!