Tuesday, August 23, 2022
Homeଗାଡ଼ି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ଗାଡ଼ି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ମାଲକାନଗିରି ।ତା :୧୮/୦୯  
ମାଥିଲି ବ୍ଳକ ଭେଜାଗୁଡ଼ା ପଞ୍ଚାୟତର କତାମେଟା ଠାରେ ରବିବାର ସନ୍ଧ୍ୟାରେ ଏକ  ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି। ଟାଟା ମେଜିକ ଗାଡ଼ି ନମ୍ୱର : (ଓ ଡି ୩୦ ଇ ୬୩୯୭) ସହ  ଏକ ହିରୋ ଡିଲକ୍ସ ବାଇକ ନମ୍ୱର:( ଓ ଡି ୩୦ ସି ୮୪୫୨) ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଇକ୍ ଆରୋହୀଙ୍କ ମଧ୍ୟରୁ ଜଣେ ମୃତ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ମୃତ୍ୟୁ ବରଣ କରିଥିବା  ବ୍ୟକ୍ତିଙ୍କ ଘର ଗଙ୍ଗଲା ଗ୍ରାମର ଡମ୍ବରୁ କପେ( ୩୮) ହୋଇଥିବା ବେଳେ ଆହତ ମଙ୍ଗଳୁ ଓଡି( ୨୯) ମାଥିଲି ନିକଟସ୍ଥ କରାପାଲ୍ଲୀ ଗ୍ରାମର ବୋଲି  ସୂଚନା ମିଳିଛି l 
ମାଲକାନଗିରି ଠାରୁ ଜୟପୁର ଅଭିମୁଖେ  ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର  କତାମେଟା ଗ୍ରାମରେ ଆଜି ଏକ ବାଇକ ଓ ଟାଟା ମେଜିକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା l ଏହି ଦୁର୍ଘଟଣା ରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ଠାରେ ଭର୍ତ୍ତି ହୋଇଛନ୍ତି ।  ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା  । ମୃତକଙ୍କ ପରିବାର ଲୋକ ଏବଂ ଗଙ୍ଗଲା ଗ୍ରାମ ଲୋକମାନେ କ୍ଷତିପୂରଣ ଦାବିରେ ୩୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଖବର ପାଇ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନ୍ କିଣ୍ଡୋ  ପୋଲିସ ଦଳକୁ ସାଙ୍ଗରେ ନେଇ 
ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ଲୋକମାନଙ୍କୁ ବୁଝା ସୁଝା କରି ପରିସ୍ଥିତି ସ୍ଵାଭାବିକ ହେବା ପରେ ଶବ ଜବତ କରି ବ୍ୟବଚ୍ଛଦ କରିଥିଲେ  ।  ଟାଟା ମେଜିକ୍ ଗଡି ମାଲିକ ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ବାବଦରେ ୩୦୦୦୦ ଟଙ୍କା ଦେବା ପାଇଁ ରାଜି ହୋଇ ଥିବା ବେଳେ ଆହତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ସମ୍ପୂର୍ଣ ଖର୍ଚ୍ଚ ବହନ କରିବେ ବୋଲି ରାଜି ହୋଇଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!