ଦାମନଯୋଡି,୧୬/୯:- ଭାରତୀୟ ମଜଦୂର ସଂଘ ତରଫରୁ ରାଷ୍ଟ୍ରୀୟ ଶ୍ରମିକ ଦିବସ ଉପଲକ୍ଷେ,ହର ଘର ରକ୍ତଦାନ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ନାଲକୋ ମଜଦୂର ସଂଘ କାର୍ଯ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ଚିକିତ୍ସାଳୟର ରକ୍ତ ଭଣ୍ଡାର ଅଧିକାରୀ ଡଃ ମଧୁସୂଦନ ବଳିୟାରସିଂହ,କର୍ମଚାରୀ ଭି. ଗଙ୍ଗାଧର ଓ ଟିମ୍ ଙ୍କ ସହାୟତାରେ ୧୨୨ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦେଶକ ସୁଶିଲ କୁମାର ପାଢୀ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ।ସମୂହ ମହାପ୍ରବନ୍ଧକ ପ୍ରମୋଦ କୁମାର ବେହେରା,ଅମରେନ୍ଦ୍ର କୁମାର ମିଶ୍ର,ହିମାଂଶୁ ଶେଖର ପଣ୍ଡା ଓ ନାଲକୋ ହସ୍ପିଟାଲ ମୁଖ୍ୟ ଚିକିତ୍ସକ ଡ଼ଃ ଅମରଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶିଳ୍ପ ସୁରକ୍ଷା ବାହିନୀ କମାଣ୍ଡାଣ୍ଟ ସତୀଶ କୁମାର ସିଂହ,ଦାମନଯୋଡି ଆଦର୍ଶ ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ,ନାଲକୋ ଡିଜିଏମ ବିଛନ୍ଦ ଚରଣ ଦାଶଙ୍କ ସହିତ ଆଲୋକ ଚୌଧୁରୀ,ଆଲୋକ ରଥ,ଅନାମ ଚରଣ ନାୟକ,ଅଶୋକ ଦଳେଇ,ପ୍ରଶାନ୍ତ ସାହୁ,ବିପିନ ନନ୍ଦ,ପ୍ରଶାନ୍ତ ପ୍ରଧାନ,ଦୀନେଶ ଶୁକ୍ଳା,ଡଃ ଅଶୋକ କୁମାର ମହାନ୍ତି,ତ୍ରିଲୋଚନ ଚୌଧୁରୀ,ଶ୍ରୀକାନ୍ତ ମଲ୍ଲିକ,ଲୋକନାଥ ସେଠୀ,ବିଭୁଚନ୍ଦନ ପାଣିଗ୍ରାହୀ,ପ୍ରେମବ୍ରତ ରାଉତ,ଶମ୍ଭୁନାଥ ପାତ୍ର, ରାଜେନ୍ଦ୍ର ପାତ୍ର,ରଶ୍ମିରଞ୍ଜନ ପଣ୍ଡା,ଈଶ୍ବର ପାତ୍ର, ନୀଳକୃଷ୍ଣ ରଥ,ପ୍ରଫୁଲ୍ଲ କୁମାର ମୁନୀ,ଏଚ୍ ଏନ୍ ଗିରି ପ୍ରମୁଖ ରକ୍ତଦାନ କରିଥିଲେ।ପବିତ୍ର ମୋହନ ସାହୁ ସସ୍ତ୍ରୀକ ୧୧୬ତମ ରକ୍ତଦାନ କରିଥିଲେ।ଦଶ ଜଣ ଦମ୍ପତି ରକ୍ତଦାନ କରିଥିବା ବେଳେ ମହିଳାମାନଙ୍କ ମଧ୍ଯରେ ରକ୍ତଦାନ କରିବାର ଆଗ୍ରହ ପରିଲକ୍ଷିତ ହୋଇଥିଲା।ଓଡିଶା ରକ୍ତଦାତା ମହାସଂଘର କାର୍ଯ୍ୟକାରୀ ସଭାପତି ଡଃ ନରେଶ ଚନ୍ଦ୍ର ସାହୁ,ସଂପାଦିକା ସ୍ନିଗ୍ଧାରାଣୀ ମିଶ୍ର,ଜିଲ୍ଲା ରକ୍ତଦାତା ପରାମର୍ଶ ସଂଘର ଉପଦେଷ୍ଟା ଡଃ ଚିତ୍ତରଞ୍ଜନ ମିଶ୍ର,ସରସ୍ୱତୀ ବିଦ୍ୟାମନ୍ଦିରର ଯୁବ ରେଡକ୍ରସ ବାହିନୀ ସ୍ବେଚ୍ଛାସେବୀ,ମଜଦୂର ସଂଘର ସମସ୍ତ ସଦସ୍ଯ,କାର୍ଯ୍ଯକର୍ତ୍ତା ଉପସ୍ଥିତ ରହି ସୁଚାରୁରୂପେ ରକ୍ତଦାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଶେଷରେ ନାଲକୋ ମଜଦୂର ସଂଘ ସଭାପତି ଆଲୋକ ଚୌଧୁରୀ ଓ ସଂପାଦକ ଆଲୋକ ରଥ ସମସ୍ତଙ୍କୁ କୃତଜ୍ଞତା ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ ।