Tuesday, August 23, 2022
Homeସହିଦ ସ୍ମୃତି ଭବନ ନିର୍ମାଣ ପାଇଁ ଦାମନଯୋଡିରୁ ମାଟି ସଂଗ୍ରହ

ସହିଦ ସ୍ମୃତି ଭବନ ନିର୍ମାଣ ପାଇଁ ଦାମନଯୋଡିରୁ ମାଟି ସଂଗ୍ରହ

ଦାମନଯୋଡି,୧୬/୦୯:-ଆସନ୍ତା ଅକ୍ଟୋବର ମାସରେ ନୂଆଦିଲ୍ଲୀ ଠାରେ ନିର୍ମାଣ ହେବାକୁ ଥିବା 'ସହିଦ ସ୍ମୃତି ଭବନ' ପାଇଁ ଗତ ଅଗଷ୍ଟ ୧୫ ତାରିଖରୁ 'ମୋ ଦେଶ ମୋ ମାଟି' ଅଭିଯାନ ଆରମ୍ଭ ହୋଇଛି।ଦେଶର ସବୁ ପଞ୍ଚାୟତରେ ଏହି ଅଭିଯାନ ଚାଲିଥିବା ବେଳେ ଶୁକ୍ରବାର ଦିନ ଚାରଙ୍ଗୁଲ ପଞ୍ଚାୟତ ଅଧିନସ୍ଥ ଭେଜାପୁଟ ଗ୍ରାମରୁ ମାଟି ସଂଗ୍ରହ କରାଯାଇଥିଲା।ଓଡ଼ିଶା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମୋ ଦେଶ ମୋ ମାଟି ଅଭିଯାନରେ ଆସି ଭେଜାପୁଟ ଠାରେ ପହଞ୍ଚିବା ପରେ ଉପସ୍ଥିତ କର୍ମୀ,ସମର୍ଥକ ତଥା ଗ୍ରାମବାସୀ ବହୁ ସଂଖ୍ୟାରେ ଉପସ୍ଥିତ ରହି ଶ୍ରୀ ସାମଲଙ୍କୁ ସ୍ଵାଗତ କରିଥିଲେ।ଭେଜାପୁଟର ବରିଷ୍ଠ ସାମ୍ବାଦିକ ସୁଦର୍ଶନ ସେନାପତି ତୁଳସୀ ଚଉରା ଓ ଘର ସମ୍ମୁଖରୁ ଏକ ସୁସଜ୍ଜିତ କଳସରେ ଶ୍ରୀ ସାମଲଙ୍କୁ ପ୍ରଥମେ ମାଟି ପ୍ରଦାନ କରିଥିଲେ । ଏହା ପରେ ନିଶାଣୀମୁଣ୍ଡା (ଗ୍ରାମ ଦେବୀ) ରୁ ମାଟି ସଂଗ୍ରହ କରିବା ପରେ  ଅଜିତ ସାହୁ ଏବଂ ସମୀର କୁମାର ମହାପାତ୍ରଙ୍କ ଘରୁ ମାଟି ସଂଗ୍ରହ କରାଯାଇଥିଲା।ବହୁ ମହିଳା ନିଜ ନିଜ ଚଉରାରୁ ମାଟି ଆଣି କଳସରେ ଦେଇଥିଲେ।କୋରାପୁଟ ଜିଲ୍ଲା ବିଜେପି ସଭାପତି ସୁମନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସମ୍ପାଦକ ଚୈତନ୍ୟ ହେନ୍ତଳ ପରିଚାଳନା କରିଥିଲେ।ଏହି ଅଭିଯାନରେ ଜିଲ୍ଲା ଓ ରାଜ୍ୟ ବିଜେପିର ବହୁ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।
            ପ୍ରକାଶ ଥାଉ କି, ଏବେ ସାରା ଦେଶରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଛି । ଦେଶ ସ୍ବାଧୀନ ପାଇଁ ନିଜ ଜୀବନକୁ ବଳି ଦେଇଥିବା ସେହି ସହିଦ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦେଶର ପ୍ରତି ଅଞ୍ଚଳରୁ ମାଟି ଆଣି ଦିଲ୍ଲୀରେ ଏକ ସହିଦ ସ୍ମୃତି ଭବନ ନିର୍ମାଣ କରାଗଲେ ସେହି ଅମର ଆତ୍ମଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ଜ୍ଞାପନ ହେବ ବୋଲି ଶ୍ରୀ ସାମଲ ନିଜ ବକ୍ତବ୍ୟରେ କହିଥିଲେ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!