ଦାମନଯୋଡି,୧୬/୦୯:- ଦାମନଯୋଡିର ବିଭିନ୍ନ ସ୍ଥାନରେ ରବିବାର ଦେବଶିଳ୍ପୀ ଶ୍ରୀ ବିଶ୍ୱକର୍ମାଙ୍କ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୁସଜ୍ଜିତ ତୋରଣ,ଆଲୋକ ସଜ୍ଜା,ମୃଣ୍ମୟ ମୂର୍ତ୍ତି ଓ ପାର୍ଶ୍ଵ ସାଜସଜ୍ଜା ଏବଂ ପୂଜା ପାଇଁ ବେଶ ଚଳଚଞ୍ଚଳ ହୋଇଛି ଦାମନଯୋଡି।ସେକ୍ଟର ୩ ସ୍ଥିତ ଶ୍ରୀ ବିଶ୍ୱକର୍ମାଙ୍କ ମନ୍ଦିରରେ ଦେବଶିଳ୍ପୀଙ୍କ ଜୟନ୍ତୀ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି। ସେକ୍ଟର ୧ ପଡ଼ିଆରେ ନାଲକୋର ଏସପିପି, ଇଲେକ୍ଟ୍ରିକାଲ,ମେକାନିକାଲ ଓ ଅପରେସନ ବିଭାଗ ପକ୍ଷରୁ ପୃଥକ ପୃଥକ ପୂଜା ମଣ୍ଡପ ସ୍ଥାପିତ ହୋଇଛି।ସେହିପରି ସେକ୍ଟର ୨ ସିଭିଲ ମେଣ୍ଟେନାନସ ଓ ଇଲେକ୍ଟ୍ରିକାଲ ମେଣ୍ଟେନାନସ ପକ୍ଷରୁ ପୃଥକ ମଣ୍ଡପରେ ଶ୍ରୀ ବିଶ୍ଵକର୍ମାଙ୍କ ପୂଜା ହେବ। ଭାରତୀୟ ମଜଦୂର ସଂଘ ପକ୍ଷରୁ ସଂଘ କାର୍ଯ୍ୟାଳୟ ଠାରେ ଦେବଶିଳ୍ପୀଙ୍କ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନାଲକୋ ପଞ୍ଚପଟ୍ଟମାଳୀ ବକ୍ସାଇଟ ଖଣି ଓ ପ୍ଲାଣ୍ଟର ବିଭିନ୍ନ ସ୍ଥାନରେ ମଧ୍ଯ ପୂଜା ଅୟୋଜନ ପାଇଁ ପ୍ରସ୍ତୁତି ଚାଲିଛି।ସେହିପରି ବିଭିନ୍ନ ଠିକା ସଂସ୍ଥା,ବ୍ୟବସାୟ ପ୍ରତିଷ୍ଠାନ ଓ ସଂଗଠନ ଙ୍କ ପକ୍ଷରୁ ଦେବଶିଳ୍ପୀଙ୍କ ପୂଜା ପାଇଁ ସାଜସଜ୍ଜା ଚାଲିଛି।