ଦାମନଯୋଡି,୧୫/୦୯:- ଭାରତରତ୍ନ ଇଂ ସାର୍ ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରୟାଙ୍କ ଜନ୍ମ ଦିବସ,ସେପ୍ଟେମ୍ବର -୧୫କୁ ସାରା ଦେଶରେ ଜାତୀୟ ଇଞ୍ଜିନିୟରର୍ସ ଦିବସ ଭାବେ ପାଳନ କରାଯାଉଛି।ଏହି ପରିପ୍ରେକ୍ଷିରେ ଶୁକ୍ରବାର କେନ୍ଦ୍ରୀୟ ନବରତ୍ନ ଉଦ୍ୟୋଗ ନାଲକୋର ଆଲୁମିନା ବିଶୋଧନ ପ୍ରକଳ୍ପରେ କାର୍ଯ୍ୟରତ ଯନ୍ତ୍ରୀ(ଇଞ୍ଜିନିୟର) ମାନଙ୍କ ପକ୍ଷରୁ ପ୍ରଶାସନିକ ଭବନ ଅଡିଟୋରିୟମରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ ସୁଶୀଲ କୁମାର ପାଢ଼ୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତରତ୍ନ ସାର୍ ଏମ. ବିଶ୍ୱେଶ୍ଵରାୟାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଆଲୁମିନା ବିଶୋଧନ ପ୍ରକଳ୍ପର ସମସ୍ତ ସମୂହ ମହାପ୍ରବନ୍ଧକ ଓ ବିଭାଗୀୟ ମୁଖ୍ୟ ଓ ଅନ୍ୟ ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ଏଥିରେ ଉଦବୋଧନ ଦେଇ ମୁଖ୍ୟ ଅତିଥି ଇଂ.ଶ୍ରୀ ପାଢ଼ୀ ସମସ୍ତ ଇଞ୍ଜିନିୟରଙ୍କୁ ଯନ୍ତ୍ରୀ ଦିବସର ଅଭିନନ୍ଦନ ଜଣାଇ କମ୍ପାନୀର ପ୍ରଗତିରେ ଉତ୍ସର୍ଗୀକୃତ ରୂପେ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇ ଥିଲେ।