କୋରାପୁଟ ଜିଲ୍ଲା କୋଟପାଡ଼ କୋର୍ଟ ପରିସର ମଧ୍ୟରେ ଆଜି ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଆଇନ ସେବା ପ୍ରାଧିକରଣ ର ଅଧକ୍ଷ ତଥା କୋଟପାଡ଼ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଶ୍ରୀଯୁକ୍ତ ଦିଲ୍ଲୀପ କୁମାର ବାରିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟତଃ ବିଭିନ୍ନ କାର୍ଯ୍ୟାଳୟ ଠାରେ କାର୍ଯ୍ୟରତ ମହିଳା ମାନଙ୍କ ଉପରେ ହେଉଥିବା ସେକ୍ସୁଆଲ ହାରାସ ମେଣ୍ଟ ଉପରେ ବୁଝା ଯାଇଥିଲା।ବାର ଆସସିଏସନର ସଭାପତି ମଣି ପ୍ରସାଦ ପଟ୍ଟନାୟକ, ବରିଷ୍ଠ ଆଇନଜୀବି ପଙ୍କଜ କୁମାର ପାତ୍ର ଏବଂ ମହିଳା ଆଇନଜୀବି ବିଦ୍ୟୁତ୍ ଲତା ବକ୍ସି ଏହି ସମ୍ପର୍କରେ ବୁଝାଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ପ୍ରଦୀପ କୁମାର ବକ୍ସି,ସମ୍ପାଦକ ଶଙ୍କର ପ୍ରସାଦ ପଣ୍ଡା,ମୁକ୍ତେଶ୍ଵର ନାୟକ,ଗୁପ୍ତ ବେହେରା,ଦୁର୍ଗା ସାହୁ,ଖଗପତୀ ପାତ୍ର, ଲିଙ୍ଗା ନାୟକ,ସଂଗ୍ରାମ ଜେନା,ଘନ ବିଶୋଇ,,ଅଜିତ ପାତ୍ର,କୋର୍ଟ ର ଲିପିକା ପାଣିଗ୍ରାହୀ,ତାରାପ୍ରସାଦ ପାଣିଗ୍ରାହୀ, ସରୋଜ କୁମାର,ସଂଜୀ ତ୍,କୃତିବାସ,ବନବାସୀ,ଦିବାକର,ପ୍ରଦୀପ ଚେଟି ତଥା ସି ଏସ ଆଇ ଏବଂ ପୋଲିସ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ