Tuesday, August 23, 2022
Homeମୋହନା ବ୍ଲକ ଚାନ୍ଦିପୁଟ ଗ୍ରାମରେ ଦେଖା ଦେଇଛି ଏକ ଅଭାବନୀୟ ଘଟଣା ଝିଅ ବଞ୍ଚି ଥାଉ ଥାଉ ଝିଅର ଶୁଦ୍ଧ କ୍ରିୟା କଲେ ପରି

ମୋହନା ବ୍ଲକ ଚାନ୍ଦିପୁଟ ଗ୍ରାମରେ ଦେଖା ଦେଇଛି ଏକ ଅଭାବନୀୟ ଘଟଣା ଝିଅ ବଞ୍ଚି ଥାଉ ଥାଉ ଝିଅର ଶୁଦ୍ଧ କ୍ରିୟା କଲେ ପରି

ପାରଳାଖେମୁଣ୍ଡି:14/09  ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦୀ ପୁଟ୍ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା ଝିଅ ବଞ୍ଚି ଥାଉ ଥାଉ ଝିଅର ଶୁଦ୍ଧି କ୍ରିୟା କଲେ ପରିବାର ଲୋକେ । ହଁ ଆଜ୍ଞା ହୁଏତ ଆପଣଙ୍କୁ ଏହା ବିଶ୍ୱାସ ଲାଗୁନଥାଏ କାରଣ ଏହା ନିରାଟ ସତ୍ୟ କୌଣସି ଚଳଚିତ୍ର ଠାରୁ ବି କମ ନୁହଁ  କାରଣ ଅନ୍ୟ ଧର୍ମର ପୁଅକୁ ବାହା ହେଲା ବୋଲି ଆଜି ୧୧ ଦିନରେ ଝିଅର ଶୁଦ୍ଧି କ୍ରିୟା କରିଛନ୍ତି ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଚାନ୍ଦିପୁଟ୍ ଗାଁରେ । ଗାଁର ସହଦେବ ସାହୁଙ୍କର ମଝିଆ ଝିଅ ଚାନ୍ଦିନୀ ସାହୁ ଗତ ୨ ତାରିଖର ବିଳମ୍ବିତ ରାତିରେ ଘର ଛାଡ଼ି କୁଆଡେ ଚାଲି ଯାଇଥିଲା । ପରିବାର ଲୋକେ ଖୋଜା ଖୋଜି କରି କୌଣସି ସନ୍ଧାନ ପାଇ ନ ଥିଲେ । ଗତ ୬ ତାରିଖରେ ଝିଅର ନିଖୋଜ ନେଇ ବାପା ଥାନାରେ ଅଭିଯୋଗ କରିଥିଲେ । ନିଖୋଜର ଦୁଇ ଦିନ ପରେ ଝିଅ ଚାନ୍ଦିନୀ ସ୍ଥାନୀୟ ଖ୍ରୀଷ୍ଟିଆନ ସାହିର ଧନୁଞ୍ଜୟ ନାୟକ ନାମକ ଯୁବକକୁ ବାହା ହେବା ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେବା ଦେଖି ଝିଅ ଅନ୍ୟ ଧର୍ମର ପୁଅକୁ ବାହା ହୋଇ ଯାଇଛି ବୋଲି ଜାଣିବାକୁ ପାଇଥିଲେ । ଝିଅ ଧର୍ମ ଦ୍ରୋହି ଓ ଜାତି ଦ୍ରୋହି କାମ କରିବା ସହ ପରିବାର ଲୋକଙ୍କୁ ସମାଜରେ ଅପମାନିତ କରିଛି ବୋଲି ଝିଅ ମରିଗଲା ବୋଲି ନିଷ୍ପତି ନେଇ  ଆଜି ୧୧ ଦିନରେ ପରିବାର ଲୋକ ତାଙ୍କର ଆତ୍ମୀୟ ସ୍ୱଜନମାନଙ୍କୁ ଡାକି ପୁରହିତକୁ ଡାକି ପୂଜା ପାଠ କରିବା ସହ ଝିଅର ଫୋଟରେ ପୁଷ୍ପମାଲ୍ୟ ଦେଇ ଥିଲେ । ଏ ନେଇ ପୁଅର ବଡ ଭାଇ କହିଛନ୍ତି, ଯଦି ଦୁହେଁ ପରସ୍ପର ଭଲ ପାଇ ନିଜ ଇଛାରେ ବାହା ହୋଇଛନ୍ତି।  ତେବେ ଆମର କିଛି କହିବାର ନାହିଁ। ସେମାନେ କୋଉଠି ବାହା ହେଲେ, ଏବେ କେଉଁଠି ଅଛନ୍ତି ଆମେ ଜାଣିନାହୁଁ ବୋଲି କହିଛନ୍ତି । ତେବେ ଏହି ଘଟଣା ଅଞ୍ଚଳରେ ଚର୍ଚା ଜୋର୍ ଧରିଛି ।ଏବଂ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!