Tuesday, August 23, 2022
Homeଗୁମ୍ମା ବ୍ଲକ କୁଜା ସିଂ ପଞ୍ଚାୟତ ବାଲମୁଣ୍ଡା ଗ୍ରାମର ଅସହାୟ ଅବସ୍ଥାରେ ପଡ଼ିଥିବା ଜିଯେବ ମଣ୍ଡଳ ଙ୍କୁ ଆର୍ଥିକ ସହାୟତା

ଗୁମ୍ମା ବ୍ଲକ କୁଜା ସିଂ ପଞ୍ଚାୟତ ବାଲମୁଣ୍ଡା ଗ୍ରାମର ଅସହାୟ ଅବସ୍ଥାରେ ପଡ଼ିଥିବା ଜିଯେବ ମଣ୍ଡଳ ଙ୍କୁ ଆର୍ଥିକ ସହାୟତା

ପାରଳାଖେମୁଣ୍ଡି; 14/09 ଗଜପତି ଜିଲ୍ଲା ଗୁମା ବ୍ଲକ ଅନ୍ତର୍ଗତ କୁଜାସିଂ ଗ୍ରାମପଞ୍ଚାୟତ ର ବାଲମୁଣ୍ଡା ଗ୍ରାମର ଜିଜେବ ମଣ୍ଡଳ ବୟସ ୩୦ ବର୍ଷ  ଦୀର୍ଘ ଏକ ବର୍ଷ ହେବ ହେପାଟାଇଟିସ- ବି ରୋଗରେ ଆକ୍ରାନ୍ତ ହୋଇ ଗୋଟିଏ ଗୋଡ଼ ସମ୍ପୁର୍ଣ୍ଣ ନଷ୍ଟ ହେବାକୁ ଗଲାଣି | ପରିବାରର ଆର୍ଥିକ ସ୍ଥିତି ଭଲନଥିବାଯୋଗୁ ଆନ୍ଧ୍ର ପ୍ରଦେଶର ରାଜମହେନ୍ଦ୍ରୀ ଦାଦନ ଖଟିବାକୁ ଯାଇଥିଲେ | ପାଦରେ ଛୋଟିଆ ଘା ହୋଇ ତାହା ଆସ୍ତେ ଆସ୍ତେ ବଡ଼ ହୋଇ ଗୋଡ ପଚି ଯାଇଛି | ସଚେତନ ଅଭାବରୁ ବିନା ପରିକ୍ଷଣରେ ଘରୋ‍ଇ ଔଷଧ ବ୍ୟବହାର କରି ବିଫଳ ହୋଇ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି | ଖବର ପାଇ ସ୍ଥାନିୟ ଆଶା କର୍ମି ଓ  ଏ .ଏନ .ଏମ ସାଗରିକା ପାଇକ ହସ୍ପିଟାଲ ନେବାପାଇଁ କହିଥିଲେ ସୁଧା ଯିବାକୁ ଅମଙ୍ଗ ହୋଇଥିଲା | ଖବର ପାଇ ଗୁମ୍ମା ସ୍ୱାସ୍ଥ୍ୟକେନ୍ଦ୍ର ର  ଡଃ. ଚିନ୍ମୟଙ୍କ ନେତୃତ୍ବରେ ମୋବାଇଲ ହେଲଥ ୟୁନିଟ ଦଳ  ,ସୁପରଭାଇଜର ରମେଶ ଚନ୍ଦ୍ର ସିଂ, ଏ.ଏନ.ଏମ ସାଗରିକା ପାଇକ  ସି.ଏଚ.ଓ ଦିବ୍ୟାନି ଗମାଙ୍ଗ ବାଲମୁଣ୍ଡା ଗ୍ରାମକୁ ଯାଇ ଉତ୍ତମ ଚିକିତ୍ସା ପାଇ ହସପିଟାଲ ଯିବାପାଇଁ କହିଥିଲେ କିନ୍ତୁ ଜିଜେବ ଓ ତାଙ୍କ ବାପା ମା ବାରଣ କରିଥିଲେ | ଫଳରେ ଡାକ୍ତରୀ ଦଳ ଗ୍ରାମ ବାସିଙ୍କ ସହ ଅଲୋଚନା କରି ଜିଜେବଙ୍କୁ ଅତୀଶିଘ୍ର ହସପିଟାଲ କୁ ନେବାକୁ ହେବ ବୋଲି କହିଥିଲେ | ଗ୍ରାମ ବାସି କହିବା ସତ୍ତ୍ଵେ ଜିଜେବଙ୍କ ବାପା ମା ହସପିଟାଲ ନେବାପାଇଁ ସମ୍ପୁର୍ଣ୍ଣ ମନାକରିଥିଲେ | ଜିଜେବ ମଣ୍ଡଳ ବର୍ତ୍ତମାନ ଶଯ୍ଯାସାୟୀ | ସେ ଉଠିବସି ପାରୁନାହାନ୍ତି ବୃଦ୍ଧ ବାପା ମା ପୁଅର କଷ୍ଟ ଦେଖି ସହି ପାରୁନାହାନ୍ତି ବର୍ଷେକାଳ ପୁଅ ପାଖରେ ରହି ସେବା କରୁଛନ୍ତି | ରୋଜଗାର ସମ୍ପର୍ଣ୍ଣ ଭାବରେ ଠପ୍ ହୋଇପଡିଛି | ସାରା ପରିବାର ପୁରା ଭାଙ୍ଗିପଡିଛନ୍ତି କହିବାକୁ ଗଲେ ଜିଜେବ ମଣ୍ଡଳ ଭାଗ୍ଯକୁ ନିନ୍ଦା କରି ବଞ୍ଚୁଥିବା ମନେହେଉଛି

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!