Tuesday, August 23, 2022
Homeପାରଳାଖେମୁଣ୍ଡି ଠାରେ ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଅ

ପାରଳାଖେମୁଣ୍ଡି ଠାରେ ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଅ

ପାରଳାଖେମୁଣ୍ଡି:14/09  ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟର ଶକ୍ତି ଦକ୍ଷତା ବ୍ୟୁରୋ ଅନ୍ତର୍ଗତ ଓଡ଼ିଶା ରାଜ୍ୟ ଡିଜାଇନ୍ ସମିତି ଆନୁକୁଲ୍ୟରେ ଇଆଇସି: ଇଲେକ୍ଟ୍ରିକାଲ ଏବଂ ପିସିଇଆଇ ଓଡ଼ିଶା ଆୟୋଜକରେ ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଅନୁଷ୍ଠିତ ଉଦଘାଟନୀ ସଭା କାର୍ଯ୍ୟକ୍ରମରେ ବିଭାଗୀୟ ଉପଦେଷ୍ଟା ଇଁ: ଅଶୋକ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିରେନ୍ଦ୍ର କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସାଂପ୍ରତିକ ସ୍ଥିତିରେ ବିଭିନ୍ନ କଳ କାରଖାନା ଓ ବଡ଼ ବଡ଼ କୋଠା ଗଢି ଉଠିବା ସହ ଜଙ୍ଗଲ କ୍ଷୟ ସାଙ୍ଗକୁ ଗ୍ଲୋବାଲ ୱାର୍ମୀଙ୍ଗ ଅସହ୍ୟ ହୋଇ ପଡ଼ିଲାଣି । ତେଣୁ ଏଭଳି ସ୍ଥିତିରେ ବିଦ୍ୟୁତ୍ ଶକ୍ତି ଅପଚୟକୁ ରୋକିବା ସହ ତାର ସଂରକ୍ଷଣ କରାଯିବା ଅତ୍ୟନ୍ତ ଜରୁରୀ ।ତେଣୁ ଗୃହ ନିର୍ମାଣ ଓ ଏହାର ଡିଜାଇନ୍ କରିବା ସମୟରେ କିଭଳି ଅନେକ ବୈଷୟିକ ବ୍ୟବସ୍ଥା କରାଯାଇ ଶକ୍ତି ସଂରକ୍ଷଣ କରିହେବ ଏବଂ ତାର ଅପଚୟକୁ ରୋକି ହେବ , ସେ ଦିଗରେ ସମସ୍ତେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ ।ବିଭାଗୀୟ ଉପଦେଷ୍ଟା ଇଂ ଅଶୋକ କୁମାର ନନ୍ଦ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ଦେଇଥିଲେ ଅନ୍ୟପକ୍ଷରେ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ନୂଆ ମେଥଡ୍ ପ୍ରକାରେ ଗୃହ ନିର୍ମାଣ କଲେ ଏ ଦିଗରେ ୩୦ ରୁ ୪୦ ପ୍ରତିଶତ ବିଦ୍ୟୁତ୍ ଶକ୍ତି ସଞ୍ଚୟ ହେବା ସହ ଅଧିକା ବିଦ୍ୟୁତ୍ ଅପଚୟକୁ ରୋକି ହେବ ।ନୂଆ ମେଥଡ ଯାହାକି , ଇନସ୍ୟୁଲିନ୍ କଞ୍ଚାମାଲ ଓ ଏସି: ବ୍ଲକ୍ ବ୍ୟବହାର କରିବା ସହ ଗୃହର ଛାତ ଓ କାନ୍ଥ ରେ ଯେଉଁ ସବୁ ବିଦ୍ୟୁତ୍ ସାମଗ୍ରୀ ଲଗାଯିବ , ତାହା ଦ୍ଵାରା ଶକ୍ତି ସଞ୍ଚୟ ହେବା ଭଳି ଲଗାଯିବା ଆବଶ୍ୟକ ବୋଲି କହିଥିଲେ 
ଅନ୍ୟପକ୍ଷରେ ବୈଷୟିକ ଉପାୟରେ ଗୃହ ନିର୍ମାଣ କରିବା ବେଳେ ମୁଖ୍ୟତଃ ୨ ଟା କୋଡ଼ ରହିଛି ତାହା ହେଉଛି  ବ୍ୟାବସାୟିକ ଗୃହ ଏବଂ ଆବାସିକ ଗୃହ ଏ ସମସ୍ତ ଉପରେ ଜିଲ୍ଲାବ୍ୟାପୀ ବିଭିନ୍ନ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଅଧିକାରୀଙ୍କ ସମେତ ଜନସାଧାରଣ ଅବଗତ ହେଲେହିଁ ସେମାନେ ମୂଳରୁ ଶେଷ ପର୍ଯ୍ୟନ୍ତ ଏ ଦିଗରେ ଯାଞ୍ଚ କରି ପାରିବେ ଏବଂ ଗୃହ କୋଠା ଟା ଉପଯୁକ୍ତ ଭାବେ ସୁନ୍ଦର ଡିଜାଇନ୍ ପ୍ରକାରେ ହୋଇପାରିବ ବୋଲି କହିଥିଲେ ବିଭାଗୀୟ ଉପଦେଷ୍ଟା ଇ: ଅଶୋକ କୁମାର ନନ୍ଦ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ
ଆର୍ଚିଟେକ୍ଟଶ୍ରୀ ତାର୍କେଶ ମିଶ୍ର ଉପସ୍ଥିତ ଥିଲେ ।ଏହି ପ୍ରଶିକ୍ଷଣ କର୍ମଶାଳା କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ଭାବେ ଶ୍ରୀ ଜିତେନ୍ଦ୍ର କୁମାର ବ୍ୟାସ ଏବଂ କୁମାର ବିପ୍ଳବ ଯୋଗ ଦେଇ ଶକ୍ତି ସଂରକ୍ଷଣର ବିଭିନ୍ନ ଦିଗ ଉପରେ ଉପାଦେୟ ସୂଚନା ଦେଇ ଅବଗତ କରାଇଥିଲେ ।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଜିଲ୍ଲାର ଟାଉନ ପ୍ଲାନିଂ , ଆରଡି ଏବଂ ପିଡବ୍ଲୁଡି ଶକ୍ତି ବିଭାଗ , ଟିପିଏସଓଡିଏଲ,ପୌର ପରିଷଦ , ଡିଆଇସି ଏବଂ କଲୋକ୍ଟରେଟର ପ୍ରମୁଖ ବିଭାଗ ଅଧିକାରୀ , ଇଞ୍ଜିନିୟର , କର୍ମଚାରୀ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!