ଆମ୍ବଗାଁ ରେ ହରିଣ ଛୁଆ ଉଦ୍ଧାର
ଦିଗପହଣ୍ଡି ବନାଞ୍ଚଳ ସାନଖେମୁଣ୍ଡି ବ୍ଳକ ଆମ୍ବ ଗାଁ ଗ୍ରାମରେ ବୁଧୁବାର ଏକ ହରିଣ ଛୁଆ ଉଦ୍ଧାର ହୋଇଥିବା ଜଣାପଡିଛି. ସୂଚନା ପ୍ରକାରେ ହରିଣ ଛୁଆ ଟି ମାଆ ହରିଣ ଠାରୁ ବିଛେଦ ହୋଇଯାଇ ଏଣେତେଣେ ବୁଲୁଥୁବା ସମୟରେ କିଛି ବୁଲା କୁକୁର ଙ୍କ ହାବୁଡ଼ରେ ପଡିଯାଇଥିଲା. ଏହି ଦୃଶ୍ୟ ଦେଖି ଆମ୍ବଗାଁ ଗ୍ରାମର କିଛି ଯୁବକ ହରିଣ ଛୁଆ କୁ ଉଦ୍ଧାର କରିଥିଲେ. ବନବିଭାଗ କୁ ଖବର ଦେବା ପରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଦେବରାଜ ସେଠି, ସାମ୍ବାଦିକ ଶିବ ପ୍ରସାଦ ରଥ, ଶ୍ରୀଧର ଭୂଇଁଆ,ସମିତି ସଭ୍ୟ କାଳୁ ଚରଣ, ସମୀର ସାହୁ ଓ ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମରେ ହରିଣ ଛୁଆଟିକୁ ଜଙ୍ଗଲ କୁ ଛଡ଼ାଯାଇଥିଲା l
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକ