Tuesday, August 23, 2022
Homeସର୍ବ ଭାରତୀୟ ଥିଏଟର ପରିଷଦ ପକ୍ଷରୁ ଅଶୋକ କର ସମ୍ମାନିତ

ସର୍ବ ଭାରତୀୟ ଥିଏଟର ପରିଷଦ ପକ୍ଷରୁ ଅଶୋକ କର ସମ୍ମାନିତ

ଦାମନଯୋଡି,୧୩/୦୯:-ନାଲକୋ କର୍ମଚାରୀ ତଥା ନାଟ୍ୟ ସଂଗଠକ, ନିର୍ଦ୍ଦେଶକ ଓ ଅଭିନେତା ଅଶୋକ କୁମାର କରଙ୍କୁ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସର୍ବ ଭାରତୀୟ ଥିଏଟର ପରିଷଦ ପକ୍ଷରୁ 'ରାଷ୍ଟ୍ରୀୟ କଳା ସମ୍ମାନ'ରେ ସମ୍ମାନିତ କରାଯାଇଛି। ସେପ୍ଟେମ୍ବର ୯ ଓ ୧୦ ଦୁଇଦିନ ଧରି ବ୍ରହ୍ମପୁର ଠାରେ ଆୟୋଜିତ ସର୍ବ ଭାରତୀୟ ଥିଏଟର ପରିଷଦର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଶ୍ରୀ କରଙ୍କୁ ମାନପତ୍ର, ଫଳକ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ବ୍ରହ୍ମପୁର ଆଟିଆଇ ଅଡିଟୋରୀୟମ ଠାରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ,ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ,ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା,ଜାତୀୟ କମିଟିର ସଭାପତି ଦିଲ୍ଲୀର ଅଶୋକ ମେହେରା  ଓ ଏନଏସଡିଆନ ଜୟ ମାଲକାନି ଜାତୀୟ କମିଟିର ପୃଷ୍ଠପୋଷକ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ଅଶୋକ କର ୧୯୮୨ ମସିହାରୁ ନିରନ୍ତର ନାଟକ କରି ଆସୁଛନ୍ତି।୨୦୧୨ ମସିହାରୁ ସୋସିଆଲ ମିଡିଆ ମାଧ୍ୟମରେ ଓଡ଼ିଆ ମଞ୍ଚ ନାଟକ ଓ ନାଟ୍ୟକର୍ମୀଙ୍କ ସମ୍ପର୍କରେ ତଥ୍ୟ ଦେବା ଓ ଲୁକ୍କାୟିତ ପ୍ରତିଭାକୁ ସାମନ୍ନାକୁ ଆଣିବା ପାଇଁ ଉଦ୍ୟମ କରି ଆସୁଛନ୍ତି। ନାଟକ ସହିତ ଚଳଚଞ୍ଚଳ ଥିବା ଅଶୋକ କର ଏକ କଳାତ୍ମକ ଓଡ଼ିଆ ସିନେମା ଓ ଏକ ତେଲୁଗୁ ୱେବ ସିରିଜର ରେ ମଧ୍ୟ ଅଭିନୟ କରିଛନ୍ତି। ନିଜର ଏହି କଳାକୃତି ପାଇଁ ସେ ଓଡ଼ିଶା ତଥା ଓଡ଼ିଶା ବାହାରେ ଥିବା ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନ୍ନିତ ଓ ସମ୍ବର୍ଦ୍ଧିତ ହୋଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!