ବଡ଼ସାହି ୧୨/୯ ଉତ୍କଳରତ୍ନ ସ୍ଵର୍ଗତଃ ପଣ୍ଡିତ ଲକ୍ଷ୍ମୀଧର ରାଉତ ଥିଲେ ଆଜିର ସମାଜ ପାଇଁ ଅନିର୍ବାଣ ଦୀପଶିଖା । ସେ ଆଜି ସ୍ୱର୍ଗବାସୀ ହେଲେ ମଧ୍ୟ ଆମ ପାଇଁ ଆମର । କଳା,ସାହିତ୍ୟ ଓ ସାଂସ୍କୃତିକ ଚେତନାର ଜଣେ ବାର୍ତ୍ତାବହ ଭାବେ ବହୁ ଅନୁଷ୍ଠାନ ଗଠନ କରି ସେ ପାଲଟି ଯାଇଥିଲେ ଏକ ଅନୁଷ୍ଠାନ ବୋଲି ଆଜି ତାଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଅନୁଷ୍ଠିତ ଭବ୍ୟ ସମାରୋହରେ ମତ ପ୍ରକାଶ ପାଇ ଥିଲା ।
ବାଣୀପୀଠ ତରଫରୁ ପଣ୍ଡିତ ଲକ୍ଷ୍ମୀଧର ରାଉତ ସ୍ମୃତି ପରିଷଦ, ବଡ଼ସାହି ଆନୁକୂଲ୍ୟରେ ରାଜ୍ୟସ୍ତରୀୟ କବି ସମ୍ମିଳନୀ, କବିତା ପାଠୋତ୍ସବ, ସମ୍ବର୍ଦ୍ଧନା ସମାରୋହ ଓ ପତ୍ରିକା ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୟୂରଭଞ୍ଜ ସିଟିଜେନ ଫରୋମର ସଭାପତି ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ଅଧ୍ୟକ୍ଷତା କରିଥିଲେ । ବାଣୀପୀଠର ମୁଖ୍ୟ ନିଶାମଣି ରାଉତ କାର୍ଯ୍ୟକ୍ରମକୁ ଜ୍ଞାନ ଜ୍ୟୋତି ପ୍ରଜ୍ଵଳନ କରି ଉଦ୍ଘାଟନ କରିଥିବା ବେଳେ ଆମ ସୁନାଚାନ୍ଦର ସହ ସଂପାଦକ ଆଡ଼ଭୋକେଟ୍ ସତ୍ୟବ୍ରତ ମିଶ୍ର ସାରସ୍ଵତ ପତାକା ଉତ୍ତୋଳନ କରିଥିଲେ । ସାରସ୍ଵତ ପତାକା ସଂପର୍କରେ ଡକ୍ଟର ଅନ୍ତର୍ଯ୍ୟାମୀ ନାୟକ ଓ ଆଶୁକବି ବାସୁଦେବ ନାପିତ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଜଳେଶ୍ଵର ଦୀନକୃଷ୍ଣ ସ୍ମୃତି ପରିଷଦର ସଂପାଦକ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ଯପକ ବିପିନ ବିହାରୀ ବିଶ୍ଵାଳ ମୁଖ୍ୟଅତିଥି ଭାବେ ଯୋଗଦାନ କରି ପଣ୍ଡିତ ସ୍ଵର୍ଗତଃ ରାଉତ ସାରସ୍ଵତ ପତାକା ଉଦ୍ଭାବନ କରି ସାରସ୍ଵତ ଜଗତକୁ ଏକ ଅତୁଳନୀୟ ଦାନ କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ବର୍ଷିଆନ ସମ୍ବାଦିକ ଡକ୍ଟର ବିଜୟ ଅଗ୍ରୱାଲା ମୁଖ୍ୟବକ୍ତା ଭାବେ ଓ ସ୍ୱତନ୍ତ୍ର ଅତିଥି ଭାବେ ବିଶିଷ୍ଟ ପରିବେଶବିତ୍ ସନ୍ତୋଷ ମହାନ୍ତି ଯୋଗଦାନ କରିଥିଲେ। ସମ୍ମାନୀତ ବକ୍ତା ଭାବେ ବଲାଙ୍ଗୀ ମହୋତ୍ସବର ସଭାପତି ଶରତ ଚନ୍ଦ୍ର ନାୟକ ଓ ଉତ୍କଳ ଶିକ୍ଷା ପରିଷଦର ସାଧାରଣ ସଂପାଦକ ଯୋଗେନ୍ଦ୍ର ଦାଶ ଯୋଗଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ରାଗ୍ଧା ଏସ୍.ସି.ବି ଡିଗ୍ରୀ କଲେଜର ଅଧ୍ୟକ୍ଷା ଡକ୍ଟର ଅସୀମା ସାହୁ, ଚେତନା ସାହିତ୍ୟ ସଂସଦର ସଂପାଦକ ଶରତ ଚନ୍ଦ୍ର ମହାପାତ୍ର, ଯାଜପୁର ସ୍କୃତିଲିପିର ସଂପାଦକ ଭୁବନ ମୋହନ ମହାନ୍ତି ଓ ପ୍ରତିଭା ପୂଜନ ଅନୁଷ୍ଠାନର ସଭାପତି ଆଡ୍ଭୋକେଟ ସଚ୍ଚିଦାନନ୍ଦ ମହାନ୍ତି ଯୋଗଦାନ କରି ପଣ୍ଡିତ ସ୍ଵର୍ଗତଃ ରାଉତ ଜଣେ ଯୁଗପଯୋଗୀ ସାଧାକ ଥିଲେ ତାଙ୍କ ସାଧନା ଆଜି ସିଦ୍ଧିଲାଭ କରିଛି ବୋଲି ମତ ବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମ ତାଙ୍କ ଜନ୍ମଦିନ ସେପଟେମ୍ବର ୭ ତାରିଖରୁ ବିଭିନ୍ନ ବିଦ୍ୟାଳୟରେ ଆରମ୍ଭ ହୋଇ ଆଜି ବିବେକାନନ୍ଦ ବିହାରରେ ସମାହିତ ହୋଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର କୁମାର ବାବୁଲିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହା ସଂଚାଳିତ ହୋଇଥିଲା । ପଣ୍ଡିତ ଲକ୍ଷ୍ମୀଧର ରାଉତ ସ୍କୃତି ପରିଷଦର ମୁଖପତ୍ର ଜ୍ୟୋତି ଅତିଥି ମାନଙ୍କଦ୍ୱାରା ଉନ୍ମୋଚିତ ହୋଇଥିଲା। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶତାଧିକ କବି ଯୋଗଦାନ କରି କବିତା ପାଠ କରିଥିଲେ। କବିତା ଗୁଡ଼ିକର ସଂଯୋଜନା ମାଳତୀମଣିି ଧଳ, ଶ୍ରୀତମ୍ କୁମାର ପାଣିଗ୍ରାହୀ ଓ ନମୀତା ରାଉତ କରିଥିଲେ। ସାହିତ୍ୟ ସାଧନା କ୍ଷେତ୍ରରେ ବିଶିଷ୍ଟ କବି ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅନୁଷ୍ଠାର ସମ୍ପାଦିକା ରାଉତ ସୂର୍ଯ୍ୟକାନ୍ତି ପୁହାଣ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସହ ସଂପାଦକ ଶାନ୍ତିପ୍ରବୀର ରାଉତ ଅତିଥି ପରିଚୟ ଓ ପରିଚାଳନା ସଂପାଦକ ସମ୍ବିତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।