Tuesday, August 23, 2022
Homeପ୍ରାଦେଶିକ ବିଜ୍ଞାନମେଳାରେ ଦାମନଯୋଡି ଛାତ୍ରଛାତ୍ରୀଙ୍କ ସଫଳତା

ପ୍ରାଦେଶିକ ବିଜ୍ଞାନମେଳାରେ ଦାମନଯୋଡି ଛାତ୍ରଛାତ୍ରୀଙ୍କ ସଫଳତା

ଦାମନଯୋଡି,୧୧/୦୯:- ଶିକ୍ଷା ବିକାଶ ସମିତି,ଓଡିଶା ପକ୍ଷରୁ ଅନୁଗୋଳ ନାଲକୋ ନଗର ସ୍ଥିତ ସରସ୍ଵତୀ ବିଦ୍ୟାମନ୍ଦିର ଠାରେ ଗତ ୮ ଓ ୧୦ ତାରିଖରେ ପ୍ରାଦେଶିକ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦାମନଯୋଡି ନାଲକୋ ଟାଉନସିପ ସରସ୍ଵତୀ ବିଦ୍ୟାମନ୍ଦିରର ତରୁଣ ବର୍ଗରୁ ତିନିଜଣ ଛାତ୍ରୀ ଓ ବାଲ ବର୍ଗର ଦୁଇଜଣ ଛାତ୍ର ଯୋଗଦେଇ ବିଦ୍ୟା ମନ୍ଦିର ପାଇଁ ଗୌରବ ଆଣିଛନ୍ତି।ତରୁଣ ବର୍ଗର ସୁରମା ରାଉତ ବିଜ୍ଞାନ ପ୍ରୟୋଗରେ ପ୍ରଥମ,ଗୁନଗୁନ୍ ଚାନ୍ଦ ବିଜ୍ଞାନ ପତ୍ରବାଚନରେ ପ୍ରଥମ ଓ ସଂଗୀତା ରାଉତ ବିଜ୍ଞାନ ପ୍ରକଳ୍ପରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି।ଏହି ପ୍ରାଦେଶିକ ବିଜ୍ଞାନ ମେଳାରେ ନାଲକୋ ଅର୍ଥ ବିଭାଗର ନିର୍ଦେଶକ ରମେଶ ଚନ୍ଦ୍ର ଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରୁରସ୍କlର ବିତରଣ କରିଥିଲେ।ସେହି ଭଳି ତରୁଣ ବର୍ଗର ପ୍ରତିଯୋଗୀ ସ୍ମୃତିପ୍ରଜ୍ଞା ସାହୁ ନୀଳାଦ୍ରି ବିହାର ଠାରେ ଅନୁଷ୍ଠିତ ଗଣିତ ମେଳାର ଗଣିତ ପତ୍ରବାଚନରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ବିଜ୍ଞାନ ପ୍ରୟୋଗ,ପ୍ରକଳ୍ପ ଓ ପତ୍ରବାଚନରେ ଡ଼.ନରେଶ ଚନ୍ଦ୍ର ସାହୁ,ଡ଼.ବନ୍ଦିତା ନନ୍ଦ,ଶର୍ମିଷ୍ଠା ନାୟକ,ଡ଼.ରାଜେନ୍ଦ୍ର କୁମାର ପଣ୍ଡା ଏବଂ କଲ୍ୟାଣୀ ଦାଶ ଓ ଗଣିତ ପତ୍ରବାଚନରେ ମଧୁସୂଦନ ପଣ୍ଡା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାର୍ଗ ଦର୍ଶନ କରିଥିଲେ।ବାଲବର୍ଗର ପ୍ରତିଯୋଗିତାରେ ଦୁଇ ଛାତ୍ର ଚନ୍ଦ୍ରଶେଖର ମିଶ୍ର ଓ ସୁଶାନ୍ତ କୁମାର ପଟ୍ଟନାୟକ ମଧ୍ୟ ଅଂଶ ଗ୍ରହଣ କରିଥିଲେ।ପିଲାମାନଙ୍କର ଏହି ସଫଳତା ପାଇଁ ବିଦ୍ୟାମନ୍ଦିର ପରିଚାଳନା ସମିତି ସଭାପତି ପ୍ରମୋଦ କୁମାର ବେହେରା,ସଂପାଦକ ଅଶୋକ କୁମାର ନାୟକ,ସଦସ୍ୟ ବଳରାମ ପାଢ଼ୀ ଓ ପି. କେ. ସାହୁଙ୍କ ସହିତ ଅଧ୍ୟକ୍ଷ ଡଃ ଶୁଭ୍ରାଂଶୁ ଶେଖର ବାହିନୀପତି ଓ ଶିକ୍ଷକ ଶିକ୍ଷୟିତ୍ରୀ କୃତୀ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।



Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!