ଡାବୁଗାଁ, :-ଆଜି ଜିଲ୍ଲା ଅବକାରୀ ଅଧିକାରୀ ଗଙ୍ଗା ପାଇକରାୟଙ୍କ ନିର୍ଦେଶକ୍ରମେ ଏବଂ ଅବକାରୀ ନିରୀକ୍ଷକ ହରିହର ସିଂଙ୍କ ତତ୍ୱବାଧାନରେ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଫୁଲଭାଟା ଗ୍ରାମ ନିକଟ ରାସ୍ତାରେ ଡାବୁଗାଁ ଅବକାରୀ ବିଭାଗ ଚଢ଼ାଉ କରି ୫ କିଲୋ ୫୦୦ଗ୍ରାମ ଗଞ୍ଜେଇ ଜବତ ସହ ଜଣେ ମହିଳାଙ୍କୁ ଗିରଫ କରିଛି । ମହିଳା ଜଣକ ହେଲେ ନୀଳା ବିଶାୟୀ ସନଗୁମଡା ଗ୍ରାମର ଏକ ବ୍ୟାଗରେ ୫ କିଲୋ ୫୦୦ଗ୍ରାମ
ଗଞ୍ଜେଇ ନେଇ ଯାଉଥିବା ସମୟରେ ଖବର ପାଇ ଡାବୁଗାଁ ଅବକାରୀ ବିଭାଗ ଛଡ଼ାଉ କରି ତାଙ୍କ ଠାରୁ ବ୍ୟାଗସହ ଗଞ୍ଜେଇ ଜବତ କରିଥିଲେ |ଏବଂ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏନେୟ ଅବକାରୀ କାର୍ଯ୍ୟାଳୟ ପିଆର କେସ ନମ୍ବର ୧୦୫/୨୦୨୩-୨୪ ରେ ଏକ ମାମଲା ରୁଜୁ କରାଯାଇଛି |ଏହି ଛଡ଼ାଉ ସମୟରେ ଡାବୁଗାଁ ଅବକାରୀ ଉପନିରୀକ୍ଷକ ବୁଲୁ ପାତ୍ର, ସହ ଉପନିରୀକ୍ଷକ ଏସ.କେ ପଣ୍ଡା, କନେଷ୍ଟବଳ ନାରାୟଣ ମୁଦୁଲି, ସୁରେଖା ଭତ୍ରା, ଶ୍ରୀକାନ୍ତ ବବିଷୋଇ ପ୍ରମୁଖ ସାମିଲ ଥିଲେ। |