Tuesday, August 23, 2022
Homeଜିଲ୍ଲା ସ୍ତରୀୟ ମିଶନ୍ ଇନ୍ଦ୍ରଧନୁଷ ଶୁଭାରମ୍ଭ

ଜିଲ୍ଲା ସ୍ତରୀୟ ମିଶନ୍ ଇନ୍ଦ୍ରଧନୁଷ ଶୁଭାରମ୍ଭ

ମାଲକାନଗିରି।ତା:୧୧/୦୯
ମାଲକାନଗିରି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ  ମାଲକାନଗିରି ସଦର ମହକୁମା ସ୍ଥିତ ଏମ୍.ଭି-୪୩ ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ଶୁଭାରମ୍ଭ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ  ଜନସ୍ବାସ୍ଥ୍ୟ ଅଧିକାରୀ ଡ. ପ୍ରଫୁଲ୍ଲ କୁମାର ନନ୍ଦ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଇନ୍ଦିରା ପ୍ରଧାନ, ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ. ବ୍ରଜବନ୍ଧୁ ଦାସ ଓ ଡ. ଧନେଶ୍ବର ମହାପାତ୍ର ଉପସ୍ଥିତ ରହି ଜନ୍ମରୁ ୫ ବର୍ଷ ବୟସର ଶିଶୁଙ୍କୁ ନିୟମିତ ଟୀକାକରଣରୁ ବଞ୍ଚିତ ପଡିଥିବା ୪ଜଣ ଶିଶୁଙ୍କୁ ଟିକାକରଣ କରାଇଥିଲେ। ଜିଲ୍ଲାରେ ଆଜିଠାରୁ ୧୬ତାରିଖ ପର୍ଯ୍ୟନ୍ତ ଏହି ମିଶନ୍ ଇନ୍ଦ୍ରଧନୁଷ ଟିକାକରଣ କାର୍ଯ୍ୟକ୍ରମ ମାଧ୍ୟମରେ ୪୪୫  ଜଣ ଗର୍ଭବତୀ ମହିଳା ଓ ୧୭୩୩  ଜଣ ୫ ବର୍ଷରୁ କମ୍ ଶିଶୁଙ୍କୁ ଟିକା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!