Tuesday, August 23, 2022
Home ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ପଦାଧିକାରୀ ଓ କାର୍ଯ୍ୟକାରିଣୀ ତାଲିକା ଘୋଷଣା

ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ପଦାଧିକାରୀ ଓ କାର୍ଯ୍ୟକାରିଣୀ ତାଲିକା ଘୋଷଣା

ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ରେ ସ୍ଥାନ ପାଇଲେ ଜୟନ୍ତ, ଯଗଦୀଶ ଏବଂ ରମାପତି ଓ ସନା ମାଝୀ ହେଲେ ନବରଙ୍ଗପୁର ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି
ଇତି ମଧ୍ୟରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ପଦାଧିକାରୀ ଓ କାର୍ଯ୍ୟକାରିଣୀ ତାଲିକା ଘୋଷଣା କରିଛନ୍ତି। ନବରଙ୍ଗପୁର ଜିଲ୍ଲା ର ବରିଷ୍ଠ ବିଜେପି ନେତା ଜୟନ୍ତ କୁମାର ପାତ୍ର,  ରମାପତି ବିଷୟୀ ଏବଂ ଯଗଦୀଶ କଲାର କାର୍ଯ୍ୟକାରିଣୀ ରେ ସ୍ଥାନ ପାଇଥିବା ସ୍ଥଳେ ନବରଙ୍ଗପୁର ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ହୋଇଛନ୍ତି ସୋନା ମାଝୀ। ଅଭିଜ୍ଞ ସମ୍ପନ୍ନ ବ୍ୟକ୍ତି ମାନଙ୍କୁ  ଏଥର କୃଷକ ମୋର୍ଚ୍ଚା ରେ ସ୍ଥାନ ଦେଇଥିବା ଯୋଗୁଁ ଜିଲ୍ଲାରେ କୃଷକ ମାନଙ୍କ ଅଧିକାର ପାଇଁ ବିଜେପି ଅଗ୍ରଣୀ ଭୂମିକା ରେ ରହିବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି। ସଠିକ୍ ମୂଲ୍ୟାଙ୍କନ କରି ଯୋଗ୍ୟ ବ୍ୟକ୍ତି ମାନଙ୍କୁ ଦାୟିତ୍ଵ ଦିଆ ଯାଇଥିବା ହେତୁ ବିଭିନ୍ନ ମହଲରୁ ରାଜ୍ୟ ବିଜେପି କୁ ଧନ୍ୟବାଦ ଦିଆ ଯାଇଛି

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!